ଫୁଲବାଣୀ : ଗତକାଲି ସନ୍ଧ୍ୟା ୮:୩୦ ସମୟରେ ଫୁଲବାଣୀ ସହରର ଚନ୍ଦନ ନଗର ଅଞ୍ଚଳରେ ଏକ ୮ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ସ୍ଥାନୀୟ ଲୋକେ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ରବୀନ୍ଦ୍ର ମହାରଣା ଏବଂ ସନ୍ତୋଷ ବାରିକ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସାହିର କିଛି ଯୁବଗୋଷ୍ଠୀ ଗୁଡୁ ବେହେରା, ଜିତେନ୍ଦ୍ର ବେହେରା, ଏସ୍ କେ ରାମଜାନ, ବିକ୍ରମ ବେହେରା ଏବଂ ଶେଖର ଦିଗାଲ ପ୍ରମୁଖଙ୍କ ସହଯୋଗରେ ସୁରକ୍ଷିତ ଭାବେ କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଟିମ୍ ସଦସ୍ୟଙ୍କ ଦ୍ୱାରା ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦୂର ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।