ଶ୍ରୀମନ୍ଦିର ଗରୁଡ ସ୍ତମ୍ବକୁ ଛୁଇଁ ପାରିବେନି ଭକ୍ତ !

ପୁରୀ : ଶ୍ରୀମନ୍ଦିର ଗରୁଡ ସ୍ତମ୍ବକୁ ଛୁଇଁ ପାରିବେନି ଭକ୍ତ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରକୁ ଆସି ଦୂରଦୂରାନ୍ତର ଭକ୍ତ ପ୍ରଥମେ ଗରୁଡସ୍ତମ୍ବକୁ ସ୍ପର୍ଶ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଥିଲା କିନ୍ତୁ ଏଥିରୁ ବଞ୍ଚିତ ହେବେ ଭକ୍ତଗଣ । ଏ ହେଉଛି ଗରୁଡ ସ୍ତମ୍ବ ଚାରିପଟଜ ଏସ୍‌ଏସ୍‌ ଷ୍ଟିଲ ବୁଲାଯାଇ ରୂପା ଚାଦର ଆଛାଦନ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଚିଠି ଯେଉଁ ଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଗରୁଡସ୍ତମ୍ବ ଛୁଇଁବା ଦ୍ୱାରା ଏହାକ୍ଷତି ପହଞ୍ଚୁଛି । ତେଣୁ ଏହାକୁ ଆବଦ୍ଧ କରାଯିବ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତ ସରକାରଙ୍କ ପୂର୍ବତନ ଏଏସ୍‌ଆଇ ନିର୍ଦ୍ଦେଶକଙ୍କ ମତରେ ଏହି ଗରୁଡ ସ୍ତମ୍ବଟି ଚନ୍ଦନକାଠର ଜୀବାସ୍ମରେ ନିର୍ମିତ ହୋଇଛି । ତେଣୁ ଏହାର ଯତ୍ନ ନେବାନିହାତି ଆବଶ୍ୟକ ଲକ୍ଷ ଲକ୍ଷ । ଭକ୍ତ ସ୍ପର୍ଶ କରିବା ଫଳରେ ଏହାର କ୍ଷତି ଘଟୁଛି । ସେପଟେ ଏଏସ୍‌ଆଇର ନିର୍ଦ୍ଦେଶକ ଏସ୍‌କେ ପଟେଲଙ୍କ ପ୍ରସ୍ତାବ ଭିତ୍ତିିରେ ଏହାକୁ ବନ୍ଦ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ ବୋଲି ଉନ୍ନୟନ ପ୍ରଶାସକଙ୍କ ଗତ ୧୪ ନଭେମ୍ବର ୨୦୨୨ ଚିଠିରୁ ସ୍ପଷ୍ଟ ହେଉଛି ।

Comments (0)
Add Comment