ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ

କଲମ୍ବୋ: ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଶନିବାର  ଥାଇଲ୍ୟାଣ୍ଡରୁ ସେ ଶ୍ରୀଲଙ୍କା ଫେରିବେ ବୋଲି ଜଣାପଡିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭୩ ବର୍ଷୀୟ ଗୋଟାବାୟା ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍‌ରେ ଅଛନ୍ତି । ଉତ୍କଟ ଆର୍ଥିକ ସଙ୍କଟର ମୁକାବିଲାରେ ବିଫଳ ହେବା ଯୋଗୁଁ ନିଜ ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ସେ ଦେଶ ଛାଡି ପଳାଇଥିଲେ ।

ଗୋଟାବାୟା ପ୍ରଥମେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇଥିଲେ । ସେଠାରେ କିଛି ଦିନ ରହି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରୁ ହିଁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସିଙ୍ଗାପୁର ସରକାର ତାଙ୍କର ୨୮ ଦିନିଆ ଭିସା ଅବଧି ବୃଦ୍ଧି ନ କରିବା ପରେ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ଏବେ ସେ ବ୍ୟାଙ୍ଗକକ୍‌ର ଏକ ଥାଇ ହୋଟେଲରେ ରହୁଛନ୍ତି । 

Comments (0)
Add Comment