ସାର ଗୋଦାମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ଏକ ସାର ଗୋଦାମ ଉପରେ ଜିଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ନକଲି ସାର ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ନେଇ ଆଜି ଏହି ଚଢାଉ ହୋଇଛି । ସତ୍ୟବାଦୀର ବିରଗୋବିନ୍ଦପୁରରେ ଏହି ସାର କାରଖାନା ରହିଛି । କୃଷି ବିଭାଗ ପକ୍ଷରୁ ସାର ନମୁନା ସଂଗ୍ରହ କରାଯାଇଛି । ଏହାକୁ ଲବ୍ରୋଟାରିରେ ପରୀକ୍ଷା କରାଯିବ । ନିମ୍ନ ମାନର ସାର ଜଣା ପଡ଼ିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।
ବିଶେଷ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱରର କୃଷି ବିଭାଗର କମିଶନର, ପୁରୀ ଜିଲ୍ଲାପାଳ, ଏଡିଏମଓ ପୁରୀ, ସତ୍ୟବାଦୀ ତହସିଲଦାର ସମେତ ସତ୍ୟବାଦୀ ପୋଲିସଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି । ଏହା କୁଆଡେ ଯିବା ପାଇଁ ଯୋଜନା ହେଉଥିଲା ତାହା ତଦନ୍ତ ଚାଲିଛି । ସାର ବସ୍ତା ପ୍ୟାକିଂ ଚାଲୁଥିବା ବେଳେ ଅଚାନକ ଚଢ଼ାଉ କରିଛି ପ୍ରଶାସନ । କିଛି ସାର ଲବ୍ରୋଟାରିକୁ ପଠା ଦିଆଯାଇଛି । ରିପୋର୍ଟ ଆସିଲା ପରେ ଜଣା ପଡିବ ସତ୍ୟତା କ’ଣ ।

Comments (0)
Add Comment