ଜନ ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ରାଜ୍ୟ ସରକାର ଗତ ୧୫ ତାରିଖରେ ବିଭିନ୍ନ ବିଭାଗରେ ରାଜ୍ୟର ୫୭ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ରୂପେ ନିଯୁକ୍ତି ଘୋଷଣା କରିଥିବା ବେଳେ ଦୀର୍ଘ ୨୦/୨୫ ବର୍ଷ ଧରି ଖରା ବର୍ଷା ଶୀତକୁ ଖାତିରି ନ କରି ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରି ଆସୁଥିବା ଜନ ସ୍ୱାସ୍ଥ୍ୟ ବିଭାଗର ସିଏଲଆର୍‌ ଓ ଏଚ୍‌ଆର୍‌ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନ କରି ଘୋର ଅଣଦେଖା କରିଥିବାରୁ ଆଜି ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ବଲାଙ୍ଗୀର ସୁବର୍ଣ୍ଣପୁର ଜ଼ିଲ୍ଲା ଅଧୀନସ୍ଥ ସମସ୍ତ କର୍ମଚାରୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରାଯାଇଥିବା ଏହି ଦାବିପତ୍ରରେ ଜୋନାଲ୍‌ ସଂପାଦକ ସଦାଶିବ ବିଶୋଇ, ଶାଖା ସଂପାଦକ ସତ୍ୟନାରାୟଣ ବଗର୍ତ୍ତୀ, ୟାକୁବ୍‌ ଖାନ୍‌, ପ୍ରଦୀପ ଷଡ଼ଙ୍ଗୀ, ଦେବେନ୍ଦ୍ର ନାଏକ, ବନମାଳୀ ମିଶ୍ର, ମନବୋଧ ସାହୁଙ୍କ ସହ ଅନେକ କର୍ମଚାରୀ ପ୍ରମୁଖ ଦସ୍ତଖତ କରିଥିଲେ ।

Comments (0)
Add Comment