ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଇ-ପାଠାଗାର ମିଳିତ ଉଦ୍ୟୋଗରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆଇଟିଡିଏ କନଫରେନ୍ସିଂ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ସଭାପତିତ୍ୱ କରିଥିଲେ । ବିଭିନ୍ନ ବିଷୟରେ ନିଜର କ୍ୟାରିଅର ଗଢିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶବର ସିଭିଲ ସର୍ଭିସ୍ରେ ନିଜର ଅଭିଜ୍ଞତା ଓ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରେରଣା ଦେଇଥିଲେ । ଆଗାମୀ ପ୍ରତି ମାସରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏପରି କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ସୂଚନା ଦେଇଥିଲେ । ଅନିନ୍ଦ୍ୟ ସୁନ୍ଦର ଇଞ୍ଜିନିୟରିଂ ପ୍ରସ୍ତୁତି ଓ ପରୀକ୍ଷା ସହ ଗେଟ୍ ନେଟ୍ ବିଷୟରେ କାଉନସେଲିଂ କରିଥିଲେ । କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ. ବିଜୟ କୃଷ୍ଣ ମିଶ୍ର ଡାକ୍ତରୀ ବିଭାଗରେ ଭବିଷ୍ୟତ ଗଢ଼ିବା ଦିଗରେ ପ୍ରଶିକ୍ଷଣ ଦେଇଥିଲେ । ନବ ନିଯୁକ୍ତ ୪ଜଣ ଓଏଏସ ଟ୍ରେନିଂ ଅଫିସର ଶୁଭଶ୍ରୀ ରଥ, ଅଞ୍ଜଳି ମାଝୀ, ବିକ୍ରମ କେଶରୀ ନାୟକ, ମନ୍ତୁ ଖମାରୀ ସିଭିଲ ସର୍ଭିସର ପରୀକ୍ଷା ଓ ଏଥିରେ କିପରି ନିଜର ଅନୁଭୂତି ସହ ଅତ୍ୟାଧୁନିକ ପ୍ରଣାଳୀ ଓ ୱେବସାଇଟ ଆଦି ଉପରେ କାଉନସେଲିଂ କରିବା ସହ ଅଂଶଗ୍ରହଣ କାରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ଜିଲ୍ଲା ଇ-ପାଠାଗାରର ୧୫୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲାଇବ୍ରେରୀୟାନ୍ ଶିବ ସୁନ୍ଦର ସାହୁ ଓ ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପରିଚାଳନା କରିଥିଲେ ।