ଦ୍ୱିତୀୟ ଦିନରେ ୨୦ ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍‌, ସମ୍ବଲପୁରକୁ ହରାଇ ସେମିରେ ଖୋର୍ଦ୍ଧା

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ର ଦ୍ୱିତୀୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ ସହିତ ଖୋର୍ଦ୍ଧା ରଘୁନାଥ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥିଭାବେ ସମାଜସେବୀ ସୁବାସ ପ୍ରଧାନ, ସମ୍ମାନିତ ଅତିଥିଭାବେ ଏସବିଆଇ ପୁରୁଣାକଟକ ଶାଖା ପରିଚାଳକ ଆକାଶ ପ୍ରଧାନ, ବଜାର ଆସୋସେସନ କମିଟିର ସଭାପତି ଅର୍ଜୁନ ପ୍ରଧାନ, ଲୁଣିବାହାଲ ସେବାସମବାୟ ଲିଃର ସମ୍ପାଦକ ସଂଜୀବ ପ୍ରଧାନ, ତିଲେଶ୍ୱର ପଞ୍ଚାୟତ ନାଏବ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ । ଖୋର୍ଦ୍ଧା ଦଳ ଘନ ଘନ ଆକ୍ରମଣ ଜାରି ରଖି ମଧ୍ୟାନ୍ତର ପୂର୍ବରୁ ଦଳର ୭ନଂ ଜର୍ସି ଖେଳାଳି ପ୍ରଥମ ଗୋଲ ସ୍କୋର କରି ଦଳକୁ ବିଜେତା କରି ସେମିଫାଇନାଲରେ ପହଞ୍ଚାଇ ଥିଲେ । ସେହିପରି ସେ ମଧ୍ୟ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା, ଲାଇନମ୍ୟାନ ଭାବେ ଶଲିଳ ବେହେରା, ପ୍ରତାପ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ । ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧ୍ୟକ୍ଷ ନାରାୟଣ ମହାନ୍ତି, ବିକାଶ ମିଶ୍ର, ସିମୁନ ନାଏକ, ଚିକୁ ମହାନ୍ତି, ମିଟୁ ବେହେରାଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ ।

Comments (0)
Add Comment