ପୁରୀ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ବସରେ ପୁରୀ ଯାତ୍ରା କରି ଖୁସି ବ୍ୟକ୍ତ କଲେ ଯାତ୍ରୀ । ଯାତ୍ରା ଆରାମଦାୟକ ରହିଥିବା ବେଳେ ଏହା ପୁରୀ ଆସୁଥିବା ଯାତ୍ରୀଙ୍କ ପାଇଁ ବେସ ଲାଭଦାୟକ ବୋଲି ଯାତ୍ରୀ ମତ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଗୁରୁବାର ପୁରୀ ଅଭିମୁଖେ ବସ ସେବା ଆରମ୍ଭ ହୋଇଥିଲା । ଯାହା ଆଜି ସକାଳ ସମୟରେ ପୁରୀରେ ପହଞ୍ଚିଛି । ମାଲକାନଗିରି ଓ ରାୟଗଡାରୁ ଆସିଥିବା ବସ ପୁରୀରେ ପହଞ୍ଚିଛି । ଏଗୁଡିକୁ ଜିଲ୍ଲା ଆରଟିଓ ପକ୍ଷରୁ ସ୍ୱାଗତ କରାଯାଇଛି ।
ପୁରୀ ଆରଟିଓ ରବୀନ ପଟ୍ଟନାୟକ କହିଛନ୍ତି, ଗୁରୁବାର ମୁଖ୍ୟମନ୍ତ୍ରୀ ୧୨ଟି ଜିଲ୍ଲାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବାକୁ ଉଦଘାଟନ କରିଥିଲେ । ବସ ଗୁଡିକ ପୁରୀରେ ଏବେ ପହଞ୍ଚୁଛି । ଓଏସଆରସିଟି ଜେନେରାଲ ମ୍ୟାନେଜର ଟିମ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରୁଛନ୍ତି । ବିଭିନ୍ନ ଜିଲ୍ଲାରୁ ସିଧାସଳଖ ଭାବେ ପୁରୀ ଆସିପାରିବେ ଯାତ୍ରୀ । ଦିନରେ ଦର୍ଶନ କରିବା ପରେ ରାତିରେ ସେହି ବସରେ ନିଜ ଜିଲ୍ଲାକୁ ଫେରିପାରିବେ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହା ଭଲବୋ ବସ, ଏସି ସହ ଆରାମ ଦାୟକ ସିଟ ବ୍ୟବସ୍ଥା ମଧ୍ୟ ରହିଛି । ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ଟିକେଟ ଛାଡ ।
ବସ ଡ୍ରାଇଭର କହିଛନ୍ତି,ଏହି ବସରେ ସମସ୍ତ ବର୍ଗର ବୟସ୍କ ଲୋକଙ୍କ ପାଇଁ ସୁବିଧା ରହିଛି । ସେମି ସ୍ଲିପର ବ୍ୟବସ୍ଥା ମଧ୍ୟ ରହିଛି । ଏସି ଲାଗିଛି । ମହିଳାମାନଙ୍କ ପାଇଁ ଭଡା ୫୦ ପ୍ରତିଶତ କମ ରହିଛି । ବସରେ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି ।
ଓଏସଆରସିଟି କର୍ମଚାରୀ କହିଛନ୍ତି, ଏହି ବସ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବ । ମହିଳା ମାନଙ୍କ ପାଇଁ ଭଡା ୫୦ ପ୍ରତିଶତ ରହିଛି । ପଲ୍ଲୀ ଅଞ୍ଚଳର ଲୋକ ମାନେ ଜଗନ୍ନାଥଙ୍କୁ ଦର୍ଶନ କରିପାରୁନଥିଲେ । ଏବେ ବସ ଯୋଗେ କମ ପଇସାରେ ପୁରୀ ଆସି ଦର୍ଶନ କରିପାରିବେ ।
ଯାତ୍ରୀ କହିଛନ୍ତି, ଜଗନ୍ନାଥଙ୍କ କୃପା ଓ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ପ୍ରଥମ ଥର ପାଇଁ ପୁରୀକୁ ଏପରି ଏକ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ସ୍ୱପ୍ନ ଥିଲା ଭଲବୋ ବସ । ଏହା ଏବେ ସାକାର ହୋଇଛି । ଯାତ୍ରା ବେସ ଆରାମଦାୟକ ।