ଓଡ଼ଗାଁରେ ନୀଳମଣିଙ୍କ ବାରିରେ ଫଳିଛି ଅଙ୍ଗୁର

ଓଡଗାଁ: ଓଡଗାଁ ଅଂଚଳରେ ଅଙ୍ଗୁର ଫଳିବା ନେଇ ପରିବେଶବିତ୍‌ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହି ମାଟିରେ ଅଙ୍ଗୁର କିଭଳି ଫଳିଲା ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି । ଓଡଗାଁ ଏନ୍‌ଏସି ଦଲକ କଲ୍ୟାଣିସାହି ୧୩ନଂ ୱାର୍ଡ ନିଳମଣୀ ଜେନାଙ୍କ ବାରିରେ ଫଳଛି ଅଙ୍ଗୁର ଫଳ । ଏହି ଫଳ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ବୋଲି ନିଳମଣୀ କହିଛନ୍ତି । ଗତ ଦୁଇବର୍ଷ ତଳେ ନିଳମଣୀଙ୍କ ପୁଅ ସୁକାନ୍ତ ଜେନା ନୟାଗଡରୁ ଏହି ଅଙ୍ଗୁର ଗଛ ୧୫୦ଟଙ୍କା ଦେଇ କିଣି ଆଣି ବାରିରେ ପୋତିଥିଲେ । କିନ୍ତୁ ଏହି ଅଙ୍ଗୁର ଗଛ ଦିନେ ଫଳ ଦେବ ତାହା କେବେ ଭାବିନଥିଲେ । ଗଛ ପୋତିବା ସମୟରେ ଅଳ୍ପ କିଛି ସାର ପିଡିଆ ଦେଇଥିଲେ କିନ୍ତୁ ମଝିରେ ମଝିରେ ପାଣି ଦେଉଥିବା ନିଳମଣୀ କହିଛନ୍ତି । ଆଜି ସେହି ଗଛ ଫଳ ଦେବା ଆରମ୍ଭ କରିଛି । ଗଛରେ ୧୫ ପେନ୍ଥା ଅଙ୍ଗୁର ଫଳିଥିବା ଦେଖିବାକୁ ମିଳିଛି । ଏହି ଅଙ୍ଗୁର ପ୍ରଥମେ ପ୍ରଭୁ ଶ୍ରୀରଘୁନାଥଙ୍କ ପାଖରେ ଭୋଗ କରାଯିବ ବୋଲି ସେ କହିଛନ୍ତି । ତେବେ ସମସ୍ତ ଚାଷୀ ଏହି ଅଙ୍ଗୁର ଚାଷ କରି ଲାଭବାନ୍‌ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Comments (0)
Add Comment