ଗୋପରେ ପ୍ରାକୃତିକ ତେଲ ଓ ଗ୍ୟାସର ସନ୍ଧାନ, ଅଏଲ ଇଣ୍ଡିଆ ପକ୍ଷରୁ ମାଟି ତଳକୁ ଡ୍ରିଲିଂ ଆରମ୍ଭ

ପୁରୀ : ପୁରୀ ଗୋପ କୁସୁପୁର ମୌଜାରେ ମାଟି ତଳୁ ପ୍ରାକୃତିକ ତେଲ, ଗ୍ୟାସ୍‌ର ସନ୍ଧାନ୍‌ ମିଳିବା ପରେ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଡ୍ରିଲିଂର ଶୁଭ ଉଦ୍‌ଘାଟନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇ ମାଟି ତଳକୁ ଡ୍ରିଲିଂ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ମେସିନରେ ଏହି କାର୍ଯ୍ୟ ହେବ । ଭୂମି ତଳକୁ ୨୨୭୫ ମିଟର ଡ୍ରିଲ କରାଯିବ । ଏହି ଡ୍ରିଲ୍‌ କାର୍ଯ୍ୟ ତିନି ମାସ ଲାଗିବ । ପରେ କେତେ ତେଲ, ଗ୍ୟାସ୍‌ ଗଚ୍ଛିତ ଅଛି ତାହା ସ୍ପଷ୍ଟ ହେବା ପରେ ଏହାକୁ ଉତ୍ତୋଳନ କରାଯିବ । ଅଏଲ୍‌ ଇଣ୍ଡିଆ ର ଅଧିକାରୀ ଏହା ସୂଚନା ଦେଇଛନ୍ତି । ଆଜି ଡ୍ରିଲ କାର୍ଯ୍ୟ ଉଦଘ।।ଟନ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଓଡ଼ିଶା ଶିଳ୍ପ ବିଭାଗର ଅତିରିକ୍ତ ସଚୀବ ଶୁଭେନ୍ଦୁ ନାୟକ, ଅଏଲ୍‌ ଇଣ୍ଡିଆ ର ନିର୍ଦ୍ଦେଶକ ମନୋଜ କୁମାର ଶର୍ମା ଯୋଗ ଦେଇଥିଲେ । ଏବେ ଦେଶର ୮୦ ପ୍ରତିଶତ ତୈଳ ଦେଶ ବାହାରୁ ଆସୁଛି । ପୁରୀ ଗୋପରୁ ତୈଳ ବାହାରିଲେ ଏହା ରାଜ୍ୟ ଓ ଦେଶର ଅର୍ଥନୈତିକ ପ୍ରଗତି ଆଣିବା ସହ ଗୋପ ଅଂଚଳର ଅର୍ଥନୀତିକୁ ବିକାଶ କରିବ ବୋଲି ଗୋପ ତହସିଲଦାର ସେକ ସାଗିର କହିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଏଲ ଇଣ୍ଡିଆକୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ତହସିଲଦାର କହିଥିଲେ । ଓଡ଼ିଶାରେ ଏହ ପ୍ରଥମ ଡ୍ରିଲ ଓ ଏହା ସଫଳ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା ଓଡ଼ିଶା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ ନାୟକ କହିଛନ୍ତି । ପୁରୀ ଗୋପ ସହିତ ପୁରୀ ଅସ୍ତରଂଗର ଦୁଇଟି ସ୍ଥାନରେ ମଧ୍ୟ ତୈଳ ସନ୍ଧାନ ମିଳିଥିବା ଶିଳ୍ପ ଅତିରିକ୍ତ ସଚିବ କହିଛନ୍ତି । ପୁରୀ ଗୋପରେ ତେଲ ଉତ୍ତୋଳନ ସଫଳ ହେଲେ ଓଡ଼ିଶା ବିଶ୍ୱ ମାନ ଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ବୋଲି ସେ କହିଥିଲେ । ଗୋପରେ ଅଏଲ ଇଣ୍ଡିଆ ପକ୍ଷରୁ ଖନନର ଶୁଭାରମ୍ଭ ହେବା ଅବସରରେ ମନ୍ତ୍ରୀ ସମୀର ଦାଶ ଗୋପବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି । ଏହା ସଫଳ ହେଲେ ଗୋପ ବାସୀ ଉପକୃତ ହେବେ, ସ୍ଥାନୀୟ ଅଂଚଳରେ ବିକାଶ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସରକାର୍‌ଙ୍କ ପକ୍ଷରୁ ଅଏଲ ଇଣ୍ଡିଆକୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Comments (0)
Add Comment