ଫୁଲବାଣୀ : ନଭେମ୍ବର ମାସ ୧୪ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ସମବାୟ ସପ୍ତାହ ପାଳନ କରାଯାଉଛି । ଜିଲା ସମବାୟ ବିଭାଗ କାର୍ଯ୍ୟାଳୟଠାରେ ବିଭାଗୀୟ କର୍ମକର୍ତ୍ତା ଓ ପ୍ରାଥମିକ ସମବାୟ ସମିତି ସଦସ୍ୟଙ୍କ ଗହଣରେ ଜିଲ୍ଲା ସମବାୟ ସଂଘର ସଭପତି ସୁପ୍ରଭା ନାୟକ ସମବାୟ ପତକା ଉତ୍ତୋଳନ କରିଥିଲେ । ସେହିପରି ଜିଲ୍ଲା ପ୍ରାଣୀ ଚିକିତ୍ସାବିଭାଗ କାର୍ଯ୍ୟାଳୟ ଠାରେ କୁକୁଡା ଉତ୍ପାଦନକାରୀ ସମବାୟ ସମିତ ପକ୍ଷରୁ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ଅଶୋକ ତ୍ରିପାଠୀ ସମବାୟ ପତକା ଉତ୍ତୋଳନ କରିଥିଲେ । ପିପିସିଏସର ନିର୍ଦ୍ଦେଶକ ସୁନିଲ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସନ୍ତୋଷ କୁମାର ଦିଗାଲ, ଜିଆଉଦ୍ଦୀନ ଅହମ୍ମଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏଡିଭିଓ ଡଃ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସହିତ ପ୍ରାଣୀଚିକିତ୍ସା ବିଭାଗର ତାଲିମ ନୋଡାଲ ଅଧିକାରୀ ଡଃ ଅଳକା ପଟ୍ଟନାୟକ, ସମବାୟ ଇନସିପେକ୍ଟର ରାମକୃଷ୍ଣ ବେହେରାଙ୍କ ସହ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । କନ୍ଧମାଳରେ ପ୍ରାଥମିକ ସମବାୟ ସମିତି ଗୁଡିକୁ କାର୍ଯ୍ୟକ୍ଷମ କରାଇ ଲୋକଙ୍କୁ ଆର୍ଥିକ ରୋଜଗାରକ୍ଷମ କରାଇବାକୁ ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ । ସମ୍ପାଦକ ଅଶୋକ ପରିଡା ସମବାୟ ଦୀର୍ଘଜୀବୀ ହେଉ, ସମବାୟ ଭିତିରେ କାର୍ଯ୍ୟ କରିବାକୁ ସରକାର ଆଗ୍ରହୀ ହେବାକୁ ବକ୍ତବ୍ୟ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।