ପାରଳାଖେମୁଣ୍ଡି : ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତାକୁ ନେଇ ବିଦ୍ୟାଳୟ ପରିସରରେ ସଫେଇ ଓ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଏନ୍ସିସି ଛାତ୍ରୀମାନଙ୍କୁ ପ୍ଲାଷ୍ଟିକର ଅପକାରିତା ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ୱାରା ପ୍ରାଣୀମାନଙ୍କ ସହ ପରିବେଶର କିପରି କ୍ଷତି ହୁଏ ଏବଂ ପ୍ଲାଷ୍ଟିକ ପ୍ରୟୋଗ ନ କରିବା ବିଷୟରେ ଉଦବୋଧନ ଦେଇଥିଲେ । ଏନ୍ସିସିଏଏନ୍ ଓ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା କ୍ୟାପ୍ଟନ ଅନିତା କୁମାରୀ ପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତାକୁ ନେଇ ଏକ ରାଲି ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।