୧୬ରୁ ତିନି ଦିନ ବ୍ଲକ୍‌ ଘେରିବ ବିଜେପି

ପାରଳାଖେମୁଣ୍ଡି : ଓଡ଼ିଶାରେ ନବୀନ ସରକାରଙ୍କ ବଢୁଥିବା ଦୁର୍ନୀତି ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ । ଦୀର୍ଘ ବର୍ଷ ଧରି ଶାସନ କାଳରେ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟସ୍ତରରୁ ଜିଲ୍ଲାସ୍ତର, ବ୍ଲକଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ପିସି କାରବାର ଦ୍ୱାର ଦୁର୍ନୀତି ହିଁ ବଢ଼ିଛି । ଏହି ପିସି ପାଇଁ ବିଜେଡ଼ିର କର୍ମୀମାନେ ନେତା ମାନେ ସରକାରୀ ଅଫିସରଙ୍କ ଦ୍ୱାରା ଦୁର୍ନୀତିରେ ସଂପୃକ୍ତ । ପଂଚାୟତ ସ୍ତରରେ ସରପଞ୍ଚ ଓ ସମିତିମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ମୁଖ୍ୟ କାରଣ କେବଳ ସରକାରୀ ଅଧିକାରୀଙ୍କ ମନମୁଖୀ ଦୁର୍ନୀତିଯୁକ୍ତ ଶାସନ । ସଚିବ ପାଇଁ ବିଧାୟକ ମନ୍ତ୍ରୀ ମାନେ ଟେଣ୍ଟ ବାନ୍ଧିଛନ୍ତି । ଓଡ଼ିଶାରେ ନିଷ୍ପତ୍ତି କେବଳ ମୁଷ୍ଟିମେୟ ଅଫିସରଙ୍କ ହାତରେ ବନ୍ଧା ପଡ଼ିଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ୱାରା ୩୭୦୦ କୋଟି ଟଙ୍କାର ଦୁର୍ନୀତି କରି ଲୁଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇସାରିଛି । କେନ୍ଦ୍ର ସରକାରଙ୍କ ଅର୍ଥକୁ ନିଜ ନାରେ ଯୋଜନା ପରିବର୍ତ୍ତନ କରି ମିଛ ବାହାବା ନେଉଥିବା ଅଭିଯୋଗରେ ନେଇ ଆସନ୍ତା ନଭେମ୍ବର ୧୬ ତାରିଖ ରେ ଗୁମ୍ମା ବ୍ଲକ, ୧୭ ରେ କାଶୀନଗର ବ୍ଲକ୍‌, ୧୮ ରେ ଗୋଷାଣୀ ବ୍ଲକ୍‌ ଠାରେ ଓ ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ଅନ୍ୟାନ୍ୟ ବ୍ଲକ୍‌ ଠାରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଘେରାଉ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ ।

Comments (0)
Add Comment