ବେଲପଡ଼ାରେ ମିଶନ ଇନ୍ଦ୍ରଧନୁଷ ସମ୍ପର୍କିତ କର୍ମଶାଳା

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ୟୁନି ସେଫର ସହାୟତାରେ ଗ୍ରାମର ପ୍ରଭାବ ଶାଳୀ ବ୍ୟକ୍ତି ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ରବିନ୍ଦ୍ର ମେହେର ଉଦଘାଟନ କରିଥିବା ବେଳେ ପି ଏଚ୍‌ ଇଓ ମଞ୍ଜୁଲତା ସେଠୀ ଓ ବିପିଏମ୍‌ ରଶ୍ମିରଞ୍ଜନ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଶାଳାରେ ବିଭିନ୍ନ ସବ ସେଣ୍ଟର ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ୩୦ ଜଣ ଅଂଶଗ୍ରହଣ କରିଥିଲେ । ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସବ ସେଣ୍ଟର ସମସ୍ତ ଗାଁ ମାନଙ୍କରେ ୦ ରୁ ୫ ବର୍ଷର ସମସ୍ତ୍‌ ଶିଶୁ , ଗର୍ଭବତୀ ମହିଳା ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମରେ ଟିକାକରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଟିକା ନେବାକୁ ଥିବା ଶିଶୁ ଟିକା କରଣ କରିବା ପାଇଁ ଉକ୍ତ ସ୍ୱେଚ୍ଛ୍‌ାସେବୀ ମାନେ ପ୍ରବର୍ତ୍ତାଇବା ପାଇଁ ସହଯୋଗ କରିବେ ।

Comments (0)
Add Comment