ସମ୍ବଲପୁର: ଜାତୀୟ ରାଜପଥ ୫୩ ସମ୍ପ୍ରସାରଣରେ ପଡିଆବାହାଲ ଓ ଅନ୍ୟ ରାସ୍ତାକଡ଼ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଜି ବାହାମ ସରପଞ୍ଚ ସରସ୍ୱତୀ ଭୁସାଗରଙ୍କ ନେତୃତ୍ୱରେ ଗାଁ ପ୍ରତିନିଧି ଦଳ ସହ ଏନଏଚଆଇ ପ୍ରୋଜେକ୍ଟ ଡାଇରେକ୍ଟର ଏନ ନାଗେଶ୍ୱର ରାଓଙ୍କ ସହ ତାଙ୍କ ଅଫିସରେ ସାକ୍ଷାତ କରି ଦୀର୍ଘ ଏକ ଘଣ୍ଟାକାଳ ଆଲୋଚନା କରିଥିଲେ । ଗାଁ ଲୋକଙ୍କ ଅସୁବିଧାଙ୍କୁ ପ୍ରତ୍ୟକ୍ଷ ପରିଦର୍ଶନ କରି ଯଥାଶୀଘ୍ର ଦୂର କରାଇବାକୁ ସେ ନିର୍ଭର ପ୍ରତିଶୃତି ଦେଇଥିଲେ । ଆଲୋଚନା ପ୍ରସଙ୍ଗରେ ପଡିଆବାହାଲ ଉଭୟ ପଟେ ଓ ତୁରାଙ୍ଗ ଗ୍ରାମକୁ ପାନୀୟ ଜଳ ପାଇପ ଲାଇନ ସୁବିଧା ଦେବା, ରେଷ୍ଟସେଡ ତଥା ବସଷ୍ଟାଣ୍ଡ ଶୀଘ୍ର ଚୂଡାନ୍ତ କରିବା, ଅର୍ଦ୍ଧ ନିର୍ମିତ ସର୍ଭିସ ରୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ଡିସେମ୍ବର ପରେ ମାସ କ୍ରସିଂ ବ୍ରିଜ଼ କରିବା /ପାଦଚଲା ସେତୁ, ଏକ କିମି ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ସମ୍ପୂର୍ଣ୍ଣ କରିବା, ଖସୁପାଲି ରାସ୍ତା ପ୍ରତ୍ୟକ୍ଷ ପରିଦର୍ଶନ କରି ସୁବ୍ୟବସ୍ଥା କରିବା, ସାମୂହିକ ସମସ୍ୟା ସବୁର ସମାଧାନ କରିବା ଏବଂ ୨୦ କିମି ପରିଧୀ ମଧ୍ୟରେ ଆସୁଥିବା ସମସ୍ତ ଘରୋଇ ଯାନ ପାଇଁ ପାସର ବ୍ୟବସ୍ଥା କରାଯିବାର ପ୍ରସ୍ତାବ ଦିଆଯାଇଥିଲା । ପ୍ରତିନିଧି ଦଳରେ ଖସୁପାଲି ଗ୍ରାମବାସୀଙ୍କ ସହ ସୁବାସ ବେସନ, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ, ଦେବାନନ୍ଦ ଭୁସାଗର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ପଦ୍ମଲୋଚନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।