ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ସଭା ଗୃହ ପରିସରରେ ରବିବାର ଦିନ ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ ପାଇଁ ଦେବୋତ୍ତର ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ତହସିଲଦାର କୁମାର ରଥ, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍.ଏ.ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବୈଠକରେ ଦେବୋତ୍ତର ବିଭାଗ ପକ୍ଷରୁ ନିଆଯିବାକୁ ଥିବା ବହୁବିଧ ପଦକ୍ଷେପ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ସର୍ବ ଶେଷରେ ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଂକାପୋଡି ଯାତ୍ରାକୁ ସରସସୁନ୍ଦର କରିବାକୁ ଓ ବିଶ୍ୱ ଦରବାରରେ ସଠିକ୍ ଢଙ୍ଗରେ ଉପସ୍ଥାପିତ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।