ମୋଦି ସରକାରଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ ପଡିଛନ୍ତି । ରାହୁଲଙ୍କ ସାଂସଦ ପଦ ରଦ୍ଦ କରିଥିବାରୁ ଏହାକୁ ବିରୋଧ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି କଲେଜ ଛକ ନିକଟରେ ପହଞ୍ଚିଲେ । ସେଠାରେ ବିଜେପି ସରକାର ବିରୁଦ୍ଧରେ ନାରା ବାଜି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୋହନା ବ୍ଲକ ବାଳକୃଷ୍ଣ ମଲିକ, ରମେଶ ବିଶୋଇ,ନିର୍ମଳ ପାଲ, ଲକ୍ଷ୍ମଣ ବଳିଆର ସିଂହ, ନବୀନ ରଚିତ, ମଫେଲ ସ୍ୱଲସିଂ, ଲକ୍ଷ୍ମଣ ପାଇକ, ଲକ୍ଷ୍ମଣ ଦଳେଇ, ଲମ୍ବଧର ଦଣ୍ଡସେନା, ଶଗ୍ରାମ ସାହୁ, ସୂର୍ଯ୍ୟନାରାୟଣ ପାତ୍ର, ରାଜା ପାତ୍ର, କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବଳିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟ ପରିଚାଳିତ ହୋଇଥିଲା ।

Comments (0)
Add Comment