ପ୍ରହ୍ଲାଦ ସାହୁ ହେଲେ ଦଶପଲ୍ଲା ବାର ଆସୋସିଏଏନ୍‌ ସଭାପତି

ଦଶପଲ୍ଲା : ଓଡ଼ିଶା ଆଇନଜୀବୀ ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ ଗୁଡିକରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବାର୍‌ ଆସୋସିଏସନର ମଧ୍ୟ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସଭାପତି ପଦବି ପାଇଁ ୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ସଭାପତି ପଦବି ପାଇଁ ଆଇନଜୀବୀ ସୁଶାନ୍ତ କୁମାର ପାତ୍ର ଓ ପ୍ରହ୍ଲାଦ ସାହୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଉଭୟେ ୨୫ଟି ଲେଖାଏଁ ଭୋଟ ପାଇଥିଲେ । ସମାନ ସମାନ ସ୍ଥିତି ରହିବାରୁ ଧର୍ମଗୁଳା ମାଧ୍ୟମରେ ସଭାପତି ଚୟନ କରାଯାଇଥିଲା । ଶେଷରେ ପ୍ରହ୍ଲାଦ ସାହୁ ଧର୍ମଗୁଳାରେ ବିଜୟୀ ହୋଇ ସଭାପତି ନିର୍ବାଚିତ ହୋଇଥିଲେ । ସେହିଭଳି ସଂପାଦକ ପଦ ପାଇଁ ବିରଞ୍ଚି ପ୍ରସାଦ ସାହୁ ଓ ମନୋରଞ୍ଜନ ମିଶ୍ର(କ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱତା ହୋଇଥିଲା ଏଥିରେ ବିରଞ୍ଚି ପ୍ରସାଦ ସାହୁ ବିଜୟୀ ହୋଇଥିଲେ । ସେହିଭଳି କୋଷାଧ୍ୟକ୍ଷ ଭାବେ ରଶ୍ମି ରଞ୍ଜନ ମିଶ୍ର ଓ ଲାଇବ୍ରେରୀ ସଂପାଦକ ଭାବେ ବ୍ରଜକିଶୋର ବେହେରା ନିର୍ବାଚିତ ହୋଇଥିଲେ । ତେବେ ସଭାପତି ଭାବେ ପ୍ରହ୍ଲାଦ ସାହୁ ନିର୍ବାଚିତ ହେବା ପରେ ସାଥୀ ଆଇନଜୀବୀମାନେ ତାଙ୍କୁ ଫୁଲଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Comments (0)
Add Comment