ନବରଙ୍ଗପୁର: ନବରଙ୍ଗପୁରଠାରେ ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚାଉଁରିଆଗୁଡାଠାରୁ ନାଟ ବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ସାମିଲ ହୋଇଥିଲେ । ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖରେ ଥିବା ପଡ଼ିଆରେ ପହଞ୍ଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯାଦବ ସମାଜର ଛାତ୍ରଛାତ୍ରୀ ମାନଙ୍କୁ ଆବାସିକ ବିଦ୍ୟାଳୟରେ ପଢିବାର ବ୍ୟବସ୍ଥା, ଗୋଚର ଜମିର ସୁରକ୍ଷା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଯାଦବମାନଙ୍କୁ ଦିଆଯାଇଥିବା “ଗିରିଜନ” ମାନ୍ୟତା ସହ ଅନ୍ୟ ୧୬ ଗୋଟି ଦାବି ଶୀଘ୍ର ପୂରଣ କରିବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗଦିଶ ଯାଦବ ଅନ୍ୟାନ୍ୟ ପଛୁଆବର୍ଗ କମିଶନର ଅଧ୍ୟକ୍ଷ ଦିଲ୍ଲୀ ସରକାର, ନରେଶ ଯାଦବ ସଂପାଦକ ଯାଦବ ମହାସଭା ଦିଲ୍ଲୀ,ନିତିନ ଯାଦବ ଅଧ୍ୟକ୍ଷ ଦିଲ୍ଲୀ ଯାଦବ ମହାସଭା, ହେମନ୍ତ ଯାଦବ ଅଧିବକ୍ତା ଦିଲ୍ଲୀ,ମନୋଜ ହାତୀ ସଭାପତି, ଲିଗାଲ ସେଲ ଉତ୍କଳ ଯାଦବ ମହାସଭା, ଗୌର ଚନ୍ଦ୍ର ରାଜପାଲିଆ ପ୍ରବକ୍ତା ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା, ସକିତ ରତେଇ ଉପ ସଭାପତି, ଉତ୍କଳ ଯାଦବ ମହାସଭା, କୀର୍ତ୍ତନ ନାୟକ ଜିଲ୍ଲା ପ୍ରଭାରୀ, ନବରଙ୍ଗପୁର, ସରିତା ଯାଦବ, ସନ୍ତୋଷ ଯାଦବ, ନେଖିରାମ ଯାଦବ ଛତିଶଗଡ଼, ଜ୍ୟୋତି ରଞ୍ଜନ କଂସ ସଭାପତି, ବୁଲୁ ନାୟକ ଆବାହକ ଅବିଭକ୍ତ କୋରାପୁଟ ଜିଲ୍ଲା ଯାଦବ ମହାସଭା, ପରମେଶ୍ୱର ପାତ୍ର ସଭାପତି ମାଲକାନଗିରି, ଅମିତ୍ ନାୟକ ସଭାପତି ରାୟଗଡ଼ା, ମଦନମୋହନ ନାୟକ ରାଜ୍ୟ ଉପ ସଭାପତି, ନବଘନ ନାୟକ, ମାଧବ ନାୟକ, ହରି ନାୟକ, ଦୈତାରି ମାଝୀ, ସୀମାଞ୍ଚଳ ମହାଙ୍କୁଡ, ସରୋଜ ମହାଙ୍କୁଡ, ଶତୃଘନ ଗୌଡ, କୁଶ ଗୌଡ ଦେବଦାସ ମହାଙ୍କୁଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଓ ୧୦ ଗୋଟି ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।