ଜଙ୍ଗଲି ମାଂସ ଜବତ, ଆସାମୀ ଫେରାର

ନୂଆଗାଁ : ନୟାଗଡ ଜିଲ୍ଲା ବେରୁଆଂବାରି ପଂଚାୟତ ମଣିଆକାଟ ଅଞ୍ଚଳରୁ ଜଙ୍ଗଲି ମାଂସ ଜବତ ହୋଇଛି । ସୂଚନା ମୁତାବକ ଘଞ୍ଚ ଜଙ୍ଗଲ ମଧ୍ୟରେ ଭୋଜି ଭାତର ଆସର ଜମିଥିଲା । ବନବିଭାଗ ଖବର ପାଇ ସେଠାରେ ପହଞ୍ଚିଲା । ବାହାଡଝୋଲା ବନପାଳ ସନାତନ ସ୍ୱାଇଁ ଏ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଘଟଣା ସ୍ଥଳରୁ ୩ କେଜି କଟା ମାଂସ ସହିତ ରୋଷେଇ ମାଂସ ଜବତ ସହିତ ଏକ ଛୁରୀ ଜବତ କରାଯାଇଛି । କିନ୍ତୁ ଉକ୍ତ ସ୍ଥାନରୁ ଆସାମୀ ମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଛି ।
ଏହି ଚଢାଉରେ ବନପାଳଙ୍କ ସହିତ ଫରେଷ୍ଟ ବନରକ୍ଷୀ ସୁନୀଲ କୁମାର ନାୟକ ,ଦିପ୍ତିମୟୀ ଦାସ ପ୍ରମୁଖ ସାମିଲ ହୋଇଥିଲେ । ମାଂସକୁ ଜବତ କଲାପରେ ବାହାଡଝୋଲା ସରପଞ୍ଚ ଓ କପଟପଲ୍ଲୀ ସରପଞ୍ଚଙ୍କ ଉପସ୍ଥିତିରେ ମାଂସକୁ ପୋତାଯାଇଥିଲା ।

Comments (0)
Add Comment