୬୩୯ ବୋତଲ କଫ ସିରପ ଜବତ, ୫ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି କୋରେକ୍ସ ବ୍ୟବସାୟୀ ଚାଲିଥିବା ହରିଶଙ୍କର ମହୋତ୍ସବରେ କୋରେକ୍ସ ବିକ୍ରି କରିବା ପାଇ଼ଁ ଆସିଥିଲେ । ଖପ୍ରାଖୋଲ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପାଟଣାଗଡ଼ ଏସଡିପିଓଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡାର ଲୋକେସ ନାଏକ (୨୪) ବରଗଡ ଜିଲ୍ଲା ପଦ୍ମପୁର ସତିଭଟାର ବାବୁଲୁ ତ୍ରିପାଠୀ (୩୧) ଓ ବଡବନ୍ଦ ପଡାର ଦୁର୍ଯ୍ୟୋଧନ ସାହୁ (୩୪) ପୁଇଁତଲା ଥାନା ଭୁରସିପାଲି ଗାଁର ରଞ୍ଜନ ସ୍ୱାନ (୨୨) ବଲାଙ୍ଗୀର ହାତିସାଲ ପଡାର ଶ୍ରୀକାନ୍ତ ବେହେରା (୨୭) ବୋଲି ଜଣାପଡିଛି । ଏଥି ସହ ସେମାନେ ବ୍ୟବହାର କରୁଥିବା ୨ ଟିକାର ଓ ୨ଗୋଟି ବାଇକ ସହ ୧୩୦୦ ଟଙ୍କା ଓ ସେମାନେ ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରୀରେ ବଜଲସାଗରୁ ଗମ୍ଭାରୀ ଯିବା ରାସ୍ତାରେ ଏକ ସ୍ୱିପଡିଜେଡଆର, ମାରୁତି ସେଣ୍ଟ୍ରୋ,ବୁଲେଟ ଓ ୟାମ୍ମାହା ବାଇକ ସହ କିଛି ଯୁବକ ଏକତିତ୍ର ହୋଇ ବାର୍ତ୍ତାଳାପ କରୁଥିଲେ । ବାର୍ତ୍ତାଳାପ ସହ ଗୋଟିଏ କାରରୁ ଅନ୍ୟଏକ କାରକୁ କିଛି କାଟୁନ ପେଟି ଏପଟସେପଟ କରୁଥିଲେ । ସେହି ରାସ୍ତ ଦେଇ ହରିଶଙ୍କର ମହୋତ୍ସବ ଦେଖି ଫେରୁଥିବା କିଛି ଯୁବକ ସେମାନଙ୍କୁ ସନ୍ଦେହ କରି ଖପ୍ରାଖୋଲ ପୁଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ଥାନ ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଏକଟିମ୍‌ ସେଠାରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲା । ଯୁବକ ମାନେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ପୁଲିସ ସନ୍ଦେହକରି ଉଭୟ କାରକୁ ଛାନଭିନ କରିଥିଲା । ଛାନଭିନ ସମୟରେ ପୁଲିସ କୋରେକ୍ସ ପେଟି ଗୁଡିକଥିବା ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ଘଟଣାସ୍ଥଳରୁ ଉକ୍ତ ୫ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୨ଟି କାର ଓ ୨ ଟି ବାଇକକୁ ଜବତ୍‌ କରି ଥାନାକୁ ଆଣିଥିଲା । ସେମାନଙ୍କ ନାମରେ ଥାନା କେଶ୍‌ ନମ୍ବର ୬୧ /୨-୫-୨୩ ଦଫା ୨୭୪ ,୨୭୫,୨୭୬,୧୨୦ ବି ଆଇପିସି ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲା । ଓମେରକ୍ସ ଓ କୋରେକ୍ସ ନାମକ କଫ ସିରପ ଉକ୍ତ ଅଭିଯୁକ୍ତ ମାନେ ହରିଶଙ୍କର ମହୋତ୍ସବରେ ବିକ୍ରିକରି ଲାଭବାନ ହେବା ଉଦ୍ଦେଶ୍ୟରେ ଆଣିଥିବା ପ୍ରକାଶ କରିଥିଲେ । ପରେ ପୁଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରି ସନ୍ଧ୍ୟା ୫ଟାରେ ଏସଡିପିଓଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ପରେ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଶ୍ରୀ ଭୁକ୍ତାଙ୍କଠାରୁ ଜଣାପଡିଛି ।

Comments (0)
Add Comment