ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ କୃଷ୍ଣପ୍ରସାଦ ଥାନା ଅଧୀନରେ ଚିଲିକା ନୂଆପଡା, ମାଲୁଦ ବଜ଼ାର ଏବଂ ବ୍ରାହ୍ମଣଦେଓ ଗ୍ରାମରେ ଚଢ଼ାଉକରି ତିନି ଜଣ ଆସାମୀଙ୍କୁ ବେଆଇନ ଦେଶୀରନ୍ଧା ମଦ ଏବଂ ଭାଙ୍ଗ ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଶଶିକାନ୍ତ ଜେନା, ମାନସ ରଞ୍ଜନ ବିଶୋଇ ଏବଂ ଚନ୍ଦ୍ରକାନ୍ତ ରଣସିଂହ ।
ତାଙ୍କ ପାଖରୁ ୧୦୪ ଲିଟର ଦେଶୀରନ୍ଧା ମଦ ଏବଂ ୮ କି:ଗ୍ରା ଭାଙ୍ଗ ଜବତ କରାଯାଇଥିବାବେଳେ ସାତପଡ଼ା ଅବକାରୀ ଥାନା କେସ ନଂ-୨୪,୨୫,୨୬/୨୩-୨୪ ରେ କୋର୍ଟ ଚାଲାଣ କରାଯାଇଛି । ଜ଼ାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଏହି ଚଢ଼ାଉରେ ଏଏସ୍ଆଇ ପୂର୍ଣ୍ଣଚନ୍ଦ୍ର ନାୟକ, ମାନସ କୁମାର ମିଶ୍ର, ସଂଜିପ ହସ୍ତୀ, ପ୍ରବୀଣ ବିରାଜ କିରୋ, ଜ୍ୟୋତିସ୍ମିତା,ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।