କାଳବୈଶାଖୀ ଓ ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ୩ ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶରଣକୁଳ ଥାନା ଜାକେଡା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗ୍ରାମର ୧୮ ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬୦ ବର୍ଷୀୟ ଧନେଶ୍ୱର ପରିଡ଼ା । ପଦ୍ମା ପ୍ରଧାନ ବିଲକୁ ଯାଇଥିଲେ, ଜିତେନ୍ଦ୍ର ଦୋରା ଆମ୍ବ ଗୋଟାଇବାକୁ ଏବଂ ଧନେଶ୍ୱର ପରିଡ଼ା ଗାଈ ଚରାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଏହି ସମୟରେ ବଜ୍ରାଘାତ ଘଟି ସମସ୍ତେ ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Comments (0)
Add Comment