ପାରଳାଖେମୁଣ୍ଡି : ଗତକାଲି ଅପରାହ୍ନରେ ସ୍ଥାନୀୟ ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଏବଂ ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାରୀଙ୍କ ଉନ୍ନତି ଦେଶ ଜାତିର ଉନ୍ନତି ବୋଲି ବକ୍ତା ମାନେ କହିଥିଲେ । ଆଜିର ବିକାଶମୁଖୀ ଯୁଗରେ ମଧ୍ୟ ନାରୀ ସମ୍ପୁର୍ଣ୍ଣ ସୁରକ୍ଷିତ ନୁହେଁ ବୋଲି ବକ୍ତବ୍ୟ ଛଳରେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସବିତା ପଣ୍ଡିତ ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ ମୁଖ୍ୟ ଅତିଥି ଡ. ଅଜୟ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ସୁଶ୍ରୀ ସୌମ୍ୟକ୍ଷ ଗୌଡ଼ ଡିପିଏମ ଗଜପତି , ସଭାନେତ୍ରୀ ଡି. ପ୍ରିୟଙ୍କା, କାର୍ଯ୍ୟକାରିଣୀ ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ଭାଗବତ ପାଢୀ, ସଂଯୋଜକ ଲୋକନାଥ ମିଶ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ତର୍କ, ନିବନ୍ଧ, ନୃତ୍ୟ, ସାଲାଡ଼ ପ୍ରସ୍ତୁତି, ମୁଢ଼ି ମିକ୍ଚର ପ୍ରଭୃତିରେ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ, ଗୃହିଣୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍. ଲକ୍ଷ୍ମୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ଶରତ ପ୍ରଧାନ,ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବର୍ଷା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।