ପାଟଣାଗଡ଼ : ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ଏକ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅଜିତ କୁମାର ମେହେରଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦାବି ଗୁଡ଼ିକ ପୂରଣ ନହେଲେ ୧୫ ରେ ବିଧାନସଭା ଘେରାଉ କରାଯିବ ବୋଲି ସଂଘର ପାଟଣାଗଡ଼ ଶାଖା ସଭାନେତ୍ରୀ ଲଲିତା ବାଗ, ଉପସଭାନେତ୍ରୀ ଆନନ୍ଦିନୀ ବିଶ୍ୱାଳ, ସଂପାଦିକା ଉର୍ବଶୀ ସାହୁଙ୍କଠାରୁ ଜଣାପଡିଛି । ଦାବି ଗୁଡ଼ିକ ମଧ୍ୟରେ ମାସିକ ଭତ୍ତା ଧାର୍ଯ୍ୟ କରିବା , ୩ ହଜାର ୫ ଶହ ଟଙ୍କା ସୁନିଶ୍ଚିତ ମାସିକ ଭତ୍ତା ଓ ୨ହଜାର ୩ ଶହ ଟଙ୍କା ମାସିକ ପ୍ରୋତ୍ସାହନରାଶି ପ୍ରଦାନ କରିବା ସହ ଆର୍ଏମ୍ଏସି, ଏ.ଏଚ୍, ଏନଡିସିପି,ଏନସିଡି ସହ ଅନ୍ୟାନ୍ୟ ଧାର୍ଯ୍ୟ କାର୍ଯ୍ୟରେ ଧାର୍ଯ୍ୟ କାର୍ଯ୍ୟ ଅର୍ଥ କ୍ରମିକ ସଂଖ୍ୟା ୨,୩,୮,୧୪,୧୫,୧୬,୨୩ ,୩୩ କୁ ସୁନିଶ୍ଚିତ ଭତ୍ତାରେ ସାମିଲ କରିବା ସହ ସମସ୍ତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା । ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ କରିବା, ମାସିକିଆ ଭତ୍ତା ଧାର୍ଯ୍ୟ ସହ ସର୍ବନିମ୍ନ ମାସିକ ଭତ୍ତା ୨୬ ହଜାର ଟଙ୍କା ପ୍ରଦାନ କରିବା, ଚାକିରି ସମୟ ସୀମା ୬୫ ବର୍ଷକୁ ବୃଦ୍ଧି କରିବା ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି । ଦାବି ପ୍ରଦାନ ସମୟରେ ସଂଘର ସମସ୍ତ ଆଶାକର୍ମୀମାନେ ଉପସ୍ଥିତ ଥିଲେ ।