ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିନରେ କୃଷି ପାଠ ଶାଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିବା ସହ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋହନା, କାଶୀ ନଗର, ଆର ଉଦୟଗିରିର ଚାଷି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସବ ଡିଭିଜନାଲ ଭେଟେନେରୀ ଅଫିସର ରମାକାନ୍ତ ରଣା, ଅତିରିକ୍ତ ନିର୍ଦ୍ଦେଶକ ଉଦ୍ୟାନ କୃଷି ଗଜପତି ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ଆର ଉଦୟଗିରି ସଞ୍ଜୀବ କୁମାର ମାଣ୍ଡି, ସୁନାରାମ ସିଂ ଜେନେରାଲ ମେନେଜର ଡିଆଇସି ଗଜପତି, ରମେଶ ଚନ୍ଦ୍ର ସିଂ କୃଷି ସହକାରୀ ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି, ସୁଶ୍ରୀ ସସ୍ମିତା ବେହେରା ସହକାରୀ କୃଷି ଯନ୍ତ୍ରୀ ଗୁମ୍ମା ପ୍ରମୁଖ ଉପସ୍ଥିତ ଥିଲେ । ଅଧିକାରୀ ମାନେ ନିଜ ବିଭାଗର ଯୋଜନା ବିଷୟରେ ଚାଷୀଙ୍କୁ ବୁଝାଇଥିଲେ । ଚାଷୀ ଅଧିକାରୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପଚାରି ବୁଝିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର । ଆସିଥିବା ଚାଷୀ ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏହି ଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।