ଫୁଲବାଣୀ :କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଦିଗରେ ସର୍ବଦା ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରି ଆସୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଲିତ କୁମାର ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ ଦାଶ,ଏସୟୁଜେର କନଭେନର ତଥା ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ, ଓୟୁଜେ ସଭାପତି ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଏହି ଆଲୋଚନା ଚକ୍ରରେ କେଡିଜେଏର ସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବରେ ଡଃ ଅରୂପ କୁମାର ଜେନା ଯୋଗ ଦେଇ ସାମାଜ ସେବା କ୍ଷେତ୍ରରେ ପ୍ରତ୍ୟେକ ସାମ୍ବାଦିକ ମାନେ ନିୟୋଜିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କୂତ୍ରିମ ମେଧା ଯୁଗରେ ଗଣମାଧ୍ୟମର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ସମସ୍ତ୍ ଅତିଥି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସହିତ ସାମ୍ବାଦିକର ମୂଳ ଲକ୍ଷ୍ୟ କ’ଣ ସେ ଉପରେ ମତାମତ ରଖିଥିଲେ । ସମ୍ମାନିତ ଅତିଥି ତଥା କେ ପିଏଫ ସଭାପତି ରାଧାମୋହନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।