ହରଭଙ୍ଗା : ହରଭଙ୍ଗା ବ୍ଲକରେ ଗୁରୁବାର ଅପରାହ୍ନ ସମୟରେ ହଠାତ ଅଦିନିଆ ଝଡ଼ ତୋଫାନ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଝଡ଼ ତୋଫାନରେ ଚାରିଛକ-ଛତ୍ରଙ୍ଗ ରାସ୍ତାର କେତେକ ସ୍ଥାନରେ ଗଛ ଖୁଣ୍ଟ ଭାଙ୍ଗି ରାସ୍ତାରେ ପଡ଼ିଥିବା ବେଳେ କୋରଡା କୋଠା ନିକଟରେ ମଧ୍ୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଆଡେନିଗଡ଼ ଅଞ୍ଚଳରେ ମଧ୍ୟମ ଧରଣର କୁଆପଥର ବୃଷ୍ଟି ହେବା ସହ ଘର ଛପର ଉଡାଇ ନେଇଥିବା ଜଣାପଡିଛି । ଅନ୍ୟପଟେ ଅସରାଏ ବର୍ଷାରେ ତିଲେଶ୍ୱର ବଜାର ରାସ୍ତାରେ ଡ୍ରେନପାଣି ଉଛୁଳି ଯାଉଥିବା ଦେଖିବାକୁ ମିଳିଥିଲା । ଯଦି ଏବେଠୁ ଅସରାଏ ବର୍ଷାରେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି । ତେବେ ଆଗାମୀ ବର୍ଷା ଦିନେରେ ଡ୍ରେନ ପାଣି କୁଆଡେ ଯିବ ତାକୁ ନେଇ ଏବେଠୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।