ପୁରୀରେ ପ୍ରବେଶ ପଥରେ ଉଡିଲା ୧୦୮ ଫୁଟର ଜାତୀୟ ପତାକା

ପୁରୀ : ପୁରୀର ପ୍ରବେଶ ପଥରେ ଆଜି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା ଉନ୍ମୋଚିତ ହୋଇଛି । ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀର ପ୍ରବେଶ ପଥ ବାଟ ଗାଁ ଛକରେ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଉନ୍ମୋଚନ କରିଥିଲେ । ଏହି ଉନ୍ମୋଚନ ଉତ୍ସବରେ ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ, ଉପ ସଭାପତି ଶାଲୁ ଜିନ୍ଦଲ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । ଏହି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ଜାତି ଓ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ।


ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ସଭାପତି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ନିଜ ଦେଶର ପତାକା ଉଡ଼ାଇବା ପାଇଁ ଦୀର୍ଘ ୧୦ ବର୍ଷ ସଂଗ୍ରାମ କରିବା ପରେ ୨୦୦୪ ଜାନୁୟାରୀ ୨୩ ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଐତିହାସିକ ରାୟ ଦେଇଥିଲେ ।ଏହି ଜାତୀୟ ପତାକା ଦେଖି ପୁରୀ ଆସୁଥିବା ପ୍ରତ୍ୟେକ ଯାତ୍ରୀ ତଥା ପର୍ଯ୍ୟଟକ ଦେଖି ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ ହେବ । ୧୦୫ ଫୁଟ ଉପରେ ଉଡୁଥିବା ଏହି ପତାକା ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଚୀନକୁ ଏକ ସନ୍ଦେଶ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ । ଜାତୀୟ ପତାକା ମାତ୍ର ଏକ ପ୍ରତୀକ । ତେବେ ଏହାକୁ ଦେଖି ଓଡ଼ିଶା ତଥା ଦେଶକୁ ସମୃଦ୍ଧ କରିବା ସହ ଭାରତବର୍ଷ ସମଗ୍ର ଦେଶରେ ବିଶ୍ୱଗୁରୁ ହୋଇପାରିବ ବୋଲି ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ସଭାପତି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ କହିଥିଲେ ।

Comments (0)
Add Comment