ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ କଂଗ୍ରେସ କର୍ମୀ କଲେ ସତ୍‌ଯାଗ୍ରହ । ଶହଶହ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟବ୍ୟାପୀ ଚାଲିଥିବା ଏହି ସତ୍ୟାଗ୍ରହରେ ଭକ୍ତଙ୍କୁ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ସହ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାରର ଗଣତି ଓ ମଣତି କରିବା ଦାବି କରିଛନ୍ତି । ଏଥିସହିତ ରତ୍ନଭଣ୍ଡାର ମରାମତି ଦାବି କରିଛି କଂଗ୍ରେସ । ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ବେଦାନ୍ତ ଅଧିଗୃହୀତ ଜମି ପ୍ରଜା ମାନଙ୍କ ନାମରେ ରେକର୍ଡ କରିବା ଆଦି ଦାବି କରିଛି କଂଗ୍ରେସ । ଏସବୁ ପ୍ରମୁଖ ଦାବି ନେଇ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ସତ୍ୟାଗ୍ରହରେ କଂଗ୍ରେସ କର୍ମୀମାନେ ନାରଦ ଆଦି ବିଭିନ୍ନ ଭୂମିକାରେ ବେଶ ଧାରଣ କରି ସଂକିର୍ତ୍ତନ କରିଛନ୍ତି । କିଭଳି ଏହି ଦାବି ସରକାରଙ୍କ ନିକଟରେ ପହଞ୍ଚିବ ସେନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛି କଂଗ୍ରେସ । ସେପଟେ ଗତକିଛି ଦିନ ତଳେ ଶ୍ରୀମନ୍ଦିର ଚାରିଦ୍ୱର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ କଂଗ୍ରେସ ଧାରଣା ଦେଇଥିଲା । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ, ବିନାୟକ ଦାସମହାପାତ୍ର, ପୁରୀ ଜିଲ୍ଲା ସଭାପତି ଜୟକୃଷ୍ଣ ପଟ୍ଟନାୟକ ଆଦି ବହୁ ନେତା ଉପସ୍ଥିତ ଥିଲେ ।

Comments (0)
Add Comment