ନେନ୍ଦନ ନାଳସେତୁ ଓ ଦେବନ୍ଧ-କୁରକୁଚ ରାସ୍ତା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଜହ୍ନାପଙ୍କ: ବଘିଆପଡ଼ା-ଶଗଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବାରକୋଡା ଛକରୁ ପାବଳୀପଡ଼ା ରାସ୍ତା ଉପରେ ନିର୍ମାଣ ହୋଇଥିବା ନେନ୍ଦନ ନାଳ ସେତୁକୁ ଆଜି ପଂଚାୟତରାଜ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ତହସିଲଦାର ଦେବି ପ୍ରସାଦ ଦାସ ଉପସ୍ଥିତ ଥିଲେ । ଏହି ସେତୁ ଦ୍ୱାରା ପାବଳୀପଡ଼ା, କରଡ଼ାପଦର, କୁରୁକୁଚ, ନେନ୍ଦନ, ବଘିଆପଡ଼ା, ବିଜମାରି, ବାରକୋଡାର ୬୫୩୩ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ କହିଥିଲେ । ତେବେ ସେତୁ ପାର୍ଶ୍ୱ ଗାଡ଼ ୱାଲର ପଥର ପ୍ୟାଚିଂ ନିମ୍ନମାନର ହୋଇଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ତାପରେ ଦେବନ୍ଧ-କୁରକୁଚ ରାସ୍ତାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ବ୍ରାହ୍ମଣୀପାଲି ସରପଞ୍ଚ ଅରୁଣ କୁମାର ବାଘ, ଆମ୍ବଝିର ପଂଚାୟତ ସରପଞ୍ଚ ପ୍ରେମାନନ୍ଦ ବାଘ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Comments (0)
Add Comment