ଦଶପଲ୍ଲା : – ଓଡ଼ିଶାର ମହାନ୍ ଗଣପର୍ବ ଦଣ୍ଡଯାତ୍ରାର ଦିନ ନିକଟତର ହେବାରେ ଲାଗିଛି । ଦିନ ଯେତିକି ପାଖେଇ ଆସୁଛି ଆଖଡ଼ା ଶାଳରେ ପ୍ରାକ୍ ପ୍ରସ୍ତୁତି ସେତିକି ଜୋର୍ ଧରିବାରେ ଲାଗିଛି । ପାରମ୍ପରିକ ରୀତି, ନୀତି ପରମ୍ପରା ଆଧାରରେ ନୃତ୍ୟ ଗୀତକୁ ସଠିକ୍ ରୂପ ଦେବା ପାଇଁ କଳାକାରମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସେମାନଙ୍କର କଳା ନୈପୁନ୍ୟତାକୁ ସର୍ବଜନାଦୃତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାଧାରଣତଃ ଦଣ୍ଡ ଠାକୁରଙ୍କ ସହିତ ଏହି କଳାକାର ମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରି ସାରାରାତି ନୃତ୍ୟ ଗୀତରେ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । କିଛି ସ୍ଥାନରେ ଏକାଧିକ ଦଣ୍ଡ ଯାତ୍ରାକୁ ନେଇ ପ୍ରତିଯୋଗିତା ମାନ ମଧ୍ୟ ଅନୁଷ୍ଠିତ ହେବାର ମଧ୍ୟ ନଜିର୍ ରହିଛି । ଆଗାମୀ ଦଣ୍ଡ ଯାତ୍ରା ପାଇଁ ଚାଲି ଥିବା ପ୍ରାକ୍ ପ୍ରସ୍ତୁତି ଆଗାମୀ ଦିନରେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ବେଶ୍ ସହାୟକ ହୋଇ ପାରିବ ବୋଲି ଅନେକ କଳାକାର ମତ ଦିଅନ୍ତି ।