ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତଠାରେ ସ୍ୱଚ୍ଛତାକୁ ନେଇ ପିରାମଲ ଫାଉଣ୍ଡେସନ ଦ୍ୱାରା ଗ୍ରାମରେ ସଚେତନତା ନିମନ୍ତେ ଗୋଟିଏ ସଭା ଆୟୋଜନ କରାଯାଇଥିଲା । ବାହ୍ୟ ମଳ ତ୍ୟାଗ କରିବା ଦ୍ୱାରା କ’ଣ କ’ଣ ଅସୁବିଧା ଓ କ’ଣ କ’ଣ ରୋଗ ହୁଏ ଏ ବାବଦରେ ବୁଝାଇବା ସହ ସଚେତନତା କରାଯାଇଥିଲା । ବାହାରେ ମଳ ତ୍ୟାଗ ବନ୍ଦ କରିବା, ଶୌଚାଳୟ ବ୍ୟବହାର କରିବା, ବାହାରେ ଶୌଚ କରିବା ଦ୍ୱାରା ହେଉଥିବା ସମସ୍ୟା, ସମସ୍ୟା ଗୁଡିକରୁ ବଞ୍ଚିବା ପାଇଁ କେତେକ ପଦକ୍ଷେପ, ସୁସ୍ଥ ରହିବା ସୁରକ୍ଷିତ ରଖିବା ଗାଁକୁ ଆମର ବାହ୍ୟ ମଳ ମୁକ୍ତ କରିବା, ବାଲ୍ୟ ବିବାହ ରକିବା ଉପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ସ୍ଥାନୀୟ ସରପଞ୍ଚ ଭକ୍ତି ଅମାନତ୍ୟ, ନନ୍ଦାହାଣ୍ଡି ସିଡିପିଓ ସୁମିତ୍ରା ଦେବୀ ତ୍ରିପାଠୀ, ସ୍ଥାନୀୟ ୱାର୍ଡ ମେମ୍ବର ଡମ୍ବରୁ ମାଳୀ ଯୋଗ ଦେଇଥିବା ବେଳେ ପିରାମଲ ଫାଉଣ୍ଡେସନର ବ୍ଲକ କୋଡିନେଟର ସୁଭାସିନୀ ଖିଲାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଦିଲିପ ହରିଜନ, ରଶ୍ମିତା ହରିଜନ ଓ ବିଳାସିନୀ ହରିଜନ ସହଯୋଗ କରିଥିଲେ ।