ବୌଦ୍ଧ : ଆଜୀବନ ସଜା ହୋଇଥିବା କଏଦୀଙ୍କ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଘଟଣା ଆଜି ବୌଦ୍ଧ ଜିଲ୍ଲାରେ ଚହଳ ପକାଇଛି । ସୂଚନା ଅନୁଯାୟୀ ୨୦୧୫ରେ ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୌଦ୍ଧ ଉପ -କାରାଗାରରେ ଆଜୀବନ ସଜା କାଟୁଥିବା ବାଉଁଶୁଣୀ ଥାନା ଅନ୍ତର୍ଗତ ଜମଘାଟି ଗ୍ରାମର ରବୀନ୍ଦ୍ର ମେହେରା ତାଙ୍କ ଦେହ ଅସୁସ୍ଥତା ଓ ସେ ମାନସିକ ବିକୃତ ଥିବାରୁ ସେ ଜେଲ ଭିତରେ ମଧ୍ୟ ଚିକିତ୍ସାଧୀନ ହେଉଥିବା ସୂଚନା ମିଳୁଛି । କାଲି ହଠାତ ତାଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର କରାଯାଇଛି । ତାଙ୍କୁ ଉଦ୍ଧାର ବେଳେ ବେକରେ ସେ ଗାମୁଛା ଦେଇଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର ସଠିକ କାରଣ ଜଣା ପଡୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।