ପୁରୀ : ନୂଆରୂପ ପାଇଛି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଜନ୍ମମାଟି ସୁଆଣ୍ଡୋ । ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ପୁନନିର୍ମାଣ କରାଯାଇଛି । ଯାହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏ ନେଇ ସୁଆଣ୍ଡୋରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇ ଥିଲା । ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଆ ଜାତିର ପରିଚୟ, ଗର୍ବ, ଗୌରବ ହେଉଛନ୍ତି ଗୋପବନ୍ଧୁ ଦାସ । ତାଙ୍କର ସେବା, ତ୍ୟାଗ ଆଦିତିୟ । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନୀକୁ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟ କରିବା ଉଚିତ୍ । କେବଳ ଉତ୍କଳମଣି ଗୋପବନ୍ଧୁ ଦାସ ନୁହେଁ ଓଡ଼ିଶାର ଅନେକ ବର ପୁତ୍ର ସ୍ୱାଧିତତା ସଂଗ୍ରାମରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେମାନଙ୍କ ସ୍ମୃତି ରକ୍ଷା ପାଇଁ ସୁଆଣ୍ଡୋ ଭଳି ଅନ୍ୟ ବରପୁତ୍ର ମାନଙ୍କ ଜନ୍ମ୍ ସ୍ଥଳୀକୁ ମଧ୍ୟ ବିକାଶ କରାଯିବ । ଓଡିଆର ବରପୁତ୍ର ମାନଙ୍କ ସ୍ମୃତିରେ ଯେତେ କଲେବି କମ୍ ହେବ । ତେବେ ଭବିଷ୍ୟତ ପିଢ଼ି ପାଇଁ ଅତୀତର ମହାନ୍ ଗାଥା ସାଇତି ରଖିବା ପାଇଁ ସ୍ମୃତି ପିଠ ଗୁଡିକର ବିକାଶ କାର୍ଯ୍ୟ କରାଯିବ । ତେବେ ସୁଆଣ୍ଡୋ ଗ୍ରାମର ଉନ୍ନତୀକରଣକୁ ନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି ଗୋପବନ୍ଧୁ ଦାସଙ୍କ ଅଣନାତି । ଯେଭଳି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରଯାଇଛି ଆଗାମୀ ପିଢ଼ି ପାଇଁ ଏହା ଏକ ନୂଆ ବାର୍ତ୍ତା ଦେବ । ଗୋପବନ୍ଧୁଙ୍କ ଜୀବନୀ, ଆଦର୍ଶ ବିଷୟରେ ଲୋକ ମାନେ ଅବଗତ ହୋଇ ପାରିବେ । ବିଶେଷ କରି ସୁଆଣ୍ଡୋର ଉନ୍ନତୀ କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ସଚିବ ଭିକେ ପଣ୍ଡିଆନ ପ୍ରୟାସକୁ ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାଶ ଉଚ୍ଚ ପ୍ରଶଂସା କରିଛନ୍ତି ।