ନୂଆଗାଁ : ନୂଆଗାଁ ବ୍ଲକ ସଦର ମହକୁମା ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ଏଫ୍ ଇ ସି ସି ଆନୁକୂଲ୍ୟରେ ଚାଲିଥିବା ନୂଆଗାଁ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ପଞ୍ଚସଖା କୃଷକ କ୍ଲବ୍ ସହିତ ରାମେଶ୍ୱର ସୁପର ମାର୍କେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର ସୁପର ମାର୍କେଟ ଟସ୍ ଜିତି ନିର୍ଦ୍ଧାରିତ ୧୫ ଉଭରରେ ୯ ୱିକେଟ୍ ହରାଇ ୧୧୭ ରନ୍ କରିଥିଲା । ଜବାବରେ ପଞ୍ଚସଖା କୃଷକ କ୍ଲବ୍ ୧୩.୫ ବଲ୍ ରେ ୮ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରି ଚାମ୍ପିଅନ ହୋଇଥିଲା । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଆଗାମୀ ଦିନରେ ପଡିଆର ସୌନ୍ଦର୍ଯ୍ୟକରଣ ସହ ଫ୍ରଡଲାଇଟ୍ ସୁବିଧା କରିବା ସହ ସର୍ବସାଧାରଣ ଜିମ ନିର୍ମାଣ କରାଯିବ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତତ୍ ସହିତ କ୍ରୀଡାକୁ ପ୍ରୋତ୍ସାହନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।
ସେହିପରି ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ଶକ୍ତି ଭାରତ ଗ୍ୟାସ ମାଲିକ ଶକ୍ତି ପ୍ରସାଦ ପ୍ରଧାନ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସାରଦା ପ୍ରସାଦ ଖଣ୍ଡୁଆଳ, ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ, ପଞ୍ଚସଖା କୃଷକ କ୍ଲବ୍ ର ମାଲିକ ଭଗବାନ ପ୍ରଧାନ, ରାମେଶ୍ୱର ସୁପର ମାର୍କେଟ ଦଳର ମାଲିକ ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ମ୍ୟାଚକୁ ଅଞ୍ଜନ ଗୋଚ୍ଛାୟତ ଓ ବିଜୟାନନ୍ଦ ସ୍ୱାଇଁ ପରିଚାଳନା କରିଥିଲେ ।