ସମ୍ବଲପୁର:ବିଭିନ୍ନ ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆଜି ଏଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଦଣ୍ଡବତ ଯାତ୍ରାରେ ସାମିଲ କିଛି ଆନ୍ଦୋଳନକାରୀ ଚାଳକଙ୍କ କହିବା ଅନୁସାରେ ଦୈନନ୍ଦିନ କାର୍ଯ୍ୟରେ ସେମାନଙ୍କ ଅତ୍ୟାବଶ୍ୟକ ଭାଗିଦାରୀ ସତ୍ତେ୍ୱ ତାଙ୍କ ସୁରକ୍ଷା ଓ ସୁବିଧା ବିଷୟରେ ସରକାର କୌଣସି ମତେ ଶୁଣୁ ନାହାନ୍ତି । ଏପରିକି ରାଜ୍ୟରେ ବାହନ ଠିଆ କରିବା ପାଇଁ କୌଣସି ଠାରେ ପାର୍କିଂ ସୁବିଧା ନାହିଁ ଓ ସେମାନଙ୍କୁ ବାଧ୍ୟ ହୋଇ ଏଆଡେ ସେଆଡେ ବାହନ ଠିଆ କରିବା ସହିତ ଅକାରଣେ ତାହାର ପରିଣାମ ଭୋଗିବାକୁ ପଡୁଛି । ଏହି ବିଷୟରେ ସରକାରଙ୍କୁ ଅବଗତ କରିବା ପାଇଁ ଚେଷ୍ଟା ସତ୍ତେ୍ୱ ଏପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରି ନ ଥିବାରୁ ସେମାନେ ଏଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ନୂତନ ପନ୍ଥା ଅବଲମ୍ବନ କରିଛନ୍ତି । ଏଥିରେ ପାଞ୍ଚ ଜଣ ରାଜରାସ୍ତାରେ ଦଣ୍ଡବତ କରି କରି ସମ୍ବଲପୁରରୁ ଭୁବନେଶ୍ୱର ସ୍ଥିତ ନବୀନ ନିବାସ ପର୍ଯ୍ୟନ୍ତ ଯିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦୁଃଖ ଓ ଅସୁବିଧା ବିଷୟରେ ଜଣାଇବେ ଓ ତାଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିବେ । ଏହା ସତ୍ତେ୍ୱ୍ୱ ଯଦି ସମସ୍ୟାର ସମାଧାନର ହୁଏ, ତା’ହେଲେ ସେମାନଙ୍କୁ ଆଗାମୀ ଦିନରେ କିଛି ଅପ୍ରିୟ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଚେତେଇ ଦେଇଛନ୍ତି ।