ଦୁଇ ନାବାଳିକା ସାଙ୍ଗ ପିଇଦେଲେ ବିଷ; ଜଣେ ମୃତ, ଜଣେ ଗୁରୁତର

ରାୟଗଡା: ଦୁଇ ନାବାଳିକା ସାଙ୍ଗ ମିଶି ବିଷ ପିଇ ଦେବା ଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ଗ୍ରାମ ପଂଚାୟତର ଉତକାପାଡୁ ଗ୍ରାମରେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମୃତ ଜଣକ ହେଲେ ସଂଗୀତା ହେପୃକା ଓ ଗୁରୁତର ଜଣକ ହେଲେ ଶିବାନୀ ପାଲାକା । ଉଭୟଙ୍କ ବୟସ ୧୫ରୁ ୧୭ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଥିବା ବେଳେ କାହିଁକି ଦୁଇ ଜଣ ମିଶି ବିଷ ପିଇଦେଇଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ସଂଗୀତାଙ୍କ ଘର ପରିବାର ଲୋକେ ନିଜ ନିଜ କାମ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ଘର ଭିତରୁ ସଂଗୀତା ଓ ତା ସାଙ୍ଗ ଶିବାନୀକୁ ପୋଡ଼ଶି ଘର ତଥା ଗ୍ରାମବାସୀମାନେ ଗୁରତର ଅବସ୍ଥାରେ ଦୁହିଁଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସଂଗୀତାର ମୃତ୍ୟୁ ହୋଇଥିବା ବେଳେ ଶିବାନୀ ଚିକିତ୍ସତ ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ରାୟଗଡା ପଂଚାୟତ ସମିତି ଉପାଧ୍ୟାକ୍ଷ ହରପ୍ରସାଦ ହେପୃକା ମେଡିକାଲରେ ପହଁଚିଥିଲେ । ସେଠାରେ ଗୁରୁତର ଥିବା ଶିବାନୀକୁ କୌଣସି ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ନ ଥିବାରୁ ଏ ନେଇ ଦାୟିତ୍ୱରେ ଥିବା ଦୁଇ ଜଣ ନର୍ସଙ୍କୁ କହିବାରୁ ସେମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଉପାଧ୍ୟକ୍ଷ ହରପ୍ରସାଦ ।

Comments (0)
Add Comment