୧୪ ଅନାଥ ଶିଶୁଙ୍କୁ ଏସ୍‌ଓଏସ୍‌ ଗ୍ରାମକୁ ପଠାଇଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ୫-ଟି ଅନ୍ତର୍ଗତ ଅନାଥ ଶିଶୁଙ୍କ ଚିହ୍ନଟକରଣ ବେଳେ ଜିଲାରେ ୫୨୫ ଶିଶୁ ପିତାମାତାଙ୍କୁ ହରାଇଥିବା ବେଳେ ୫୮୯ ଜଣ ଶିଶୁଙ୍କ ପିତା ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କର ମାତା ଦ୍ୱିତୀୟ ବିବାହ କରିଥିବାହେତୁ ଶିଶୁ ମାନେ ଅନାଥ ଜୀବନ କଟାଉଥିଲେ । ଏହା ସର୍ଭେ ବେଳେ ଜଣାପଡିଥିଲା ଏବଂ ୧୧୬ ଶିଶୁଙ୍କ ଉଭୟ ପିତା ମାତାଙ୍କ ମୃତ୍ୟୁ ମହାମାରୀ କରୋନାରେ ହୋଇଗଲେ । ଏହିସବୁ ଶିଶୁଙ୍କୁ ଥଇଥାନ କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଜିଲ୍ଲାର ଚାଲିଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରୁ କେବଳ ଗୋଟିଏ ଅନୁଷ୍ଠାନକୁ ସରକାରୀ ଅନୁଦାନ ମିଳୁଥିବାବେଳେ ଏହି ଅନୁଷ୍ଠାନରେ ଅନାଥ ଶିଶୁଙ୍କୁ ରଖି ସବୁ ପ୍ରକାର ସୁବିଧା ଯୋଗାଇବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ଏହି ଅନାଥ ଶିଶୁଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଜିଲାପାଳ ଗଜପତି ଭୁବନେଶ୍ୱରରେ ଥିବା ଏସ୍‌ଓଏସ୍‌ ଗ୍ରାମ ସହ ଯୋଗାଯୋଗ କରିଥିଲେ । ଏହି ଶିଶୁଙ୍କ ଏସଓଏସ ଗ୍ରାମରେ ଥଇଥାନ ହେଲେ ଶିଶୁ ଏକ ପରିବାର ପାଇ ଯତ୍ନର ସହ ସେଠାରେ ୨୫ ବର୍ଷ ପର୍ଯ୍ୟନ୍ତ ରହି ପାଠପଢିପାରିବ ଓ ନିଜକୁ ଆତ୍ମ ନିର୍ଭରଶୀଳ ହେବାପାଇଁ ପ୍ରସ୍ତୁତ କରିପାରିବ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଶିଶୁ କଲ୍ୟାଣ ସମିତିର ସୁପାରିସ କ୍ରମେ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ୧୪ ଜଣ ପିତୃମାତୃ ହୀନ ଶିଶୁଙ୍କୁ ଟ୍ରେନ ଯୋଗେ ଭୁବନେଶ୍ୱରର ଏସ୍‌ଓଏସ ଗ୍ରାମକୁ ପଠାଯାଇଛି । ଯେଉଁଠି ରହି ଶିଶୁମାନେ ସୁନ୍ଦର ଭବିଷ୍ୟତ ଗଢିପାରିବେ । ଆଗାମୀ ଦିନରେ ଅନ୍ୟ ଶିଶୁ ମାନକୁ ଚିହ୍ନଟ କରି ଏସ୍‌ଓଏସ ଗ୍ରାମକୁକୁ ପଠାଇବା ପାଇଁ ନିଷ୍ପତି ହୋଇଛି । ସେହିପରି ଏସ୍‌ଓଏସ ଗ୍ରାମ ଗଜପତି ରେ ଆରମ୍ଭ ହେବାପାଇଁ କାର୍ଯ୍ୟ କରାଯାଉଛି ।

Comments (0)
Add Comment