ଡାହାଣି ସନ୍ଦେହରେ ତଣ୍ଟି କାଟି ହତ୍ୟା

ଚୌଦ୍ଵାର: ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର ।

ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ ସମୟରେ ଖରାପ ହେଉଥିଲା । ଦେହ ଖରାପ ହେଉଥିବାର କାରଣ ରୋଗ ନୁହେଁ ବରଂ ସେହି ଗ୍ରାମରେ ଥିବା ମୀନା ଚାତର ବୋଲି ସେ ସନ୍ଦେହ କରୁଥିଲେ ।

ମୀନା ଡାହାଣୀ  ହୋଇଥିବାରୁ ସେ ଗୁଣି କରି ଏପରି କରୁଥିବା ବିଶ୍ୱାସ କରୁଥିଲେ ବାଗୁନ ପୂର୍ତ୍ତି ।  ଏହାକୁ ନେଇ  ଉଭୟ ପରିବାର ମଧ୍ୟରେ ପୂର୍ବରୁ ଝଗଡ଼ା ବି ଲାଗିଥିଲା। ଏହାପରେ ମିନା ଗତକାଲି ଘର ଅଗଣାରେ ବସିଥିବା ବେଳେ ସୁଯୋଗ ଦେଖି ବାଗୁନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ  ବେକ କାଟି ହତ୍ୟା କରିଥିଲେ।  ତୁରନ୍ତ ମିନାଙ୍କ ପରିବାର ଲୋକେ ପହଞ୍ଚି ସେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ମୃତ୍ୟୁ ହୋଇ ଯାଇଥିବା ଦେଖିବାକୁ ପାଇଲେ।ଅଭିଯୋଗ ପାଇ ଟାଙ୍ଗୀ ପୁଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି  ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି । ଘଟଣା ଘଟାଇ ହତ୍ୟାକାରୀ ଫେରାର ହୋଇଯାଇଛି । 

Comments (0)
Add Comment