ସୁବର୍ଣ୍ଣପୁର :ଜିଲ୍ଲା ସ୍ତରରେ ହକି ଖେଳର ବହୁଳ ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବା ପାଇଁ ବିଶ୍ୱକପ ହକି ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମକୁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ସଫଳ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସାମ୍ବାଦିକ, ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ଟ୍ରଫି ପରିକ୍ରମା କାର୍ଯ୍ୟକ୍ରମରେ ସମୁଚିତ ତଥା ଆନ୍ତରିକ ସହାୟତା ପ୍ରଦାନ କରିଥିବାରୁ ଆଜି ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଉଦ୍ୟମ କ୍ରମେ ପ୍ରଶାସନ ତରଫରୁ ସହଯୋଗୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କର ଗୋଟିଏ ସାମୁହିକ ଫଟୋ ସେସନ୍ କରାଯାଇ ସାଧୁବାଦ ଦିଆଯିବା ସହ ଜିଲ୍ଲାବାସୀଙ୍କ ଆକୁଣ୍ଠିତ ସହଯୋଗ ପାଇଁ ପ୍ରଶାସନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।