ସୁବର୍ଣ୍ଣପୁର: ଆଜି ଜିଲ୍ଲାର ବାଞ୍ଜିପାଲି ଅନ୍ତର୍ଗତ ସାନଫବସି ଗାଁରେ କୋଶଳିଆ ମାଳି ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ତଥା ଜିଲ୍ଲାକମିଟି ଗଠନ କରାଯାଇଛି ।ପ୍ରାରମ୍ଭରେ ବାବା କୁଶଳେଶ୍ୱରଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଜାତି ବ୍ୟକ୍ତିବିଶେଷଙ୍କ ଆର୍ଶିବାଦ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ସଭାପତି ବିଶ୍ୱମ୍ଭର ପୁଟେଲ, ସୁବଳ ପୁଟେଲ, ସୂର୍ଯ୍ୟ ପୁଟେଲ, ରାଜ୍ୟ ଉପ ସଭାପତି ଭୀଷ୍ମଦେବ ପୁଟେଲ, ଟେକରାଜ ପୁଟେଲ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ସଭାପତି ଭାବେ ତ୍ରିପୁରାରୀ ସମରଥ, ଉପସଭାପତି ଜଗନ୍ନାଥ ଉଡାନ୍, ସମ୍ପାଦକ ରାମଚନ୍ଦ୍ର ପୁଟେଲ, ସହ ସମ୍ପାଦକ ମୁନୁ ଗୁଦୁରିଆ, କୋଷାଧ୍ୟକ୍ଷ ନରେନ୍ଦ୍ର ବାଘ, ସମୀକ୍ଷକ ବାସୁଦେବ ପୁଟେଲ, ସଂଯୋଜକ ଲକ୍ଷ୍ମୀକାନ୍ତ ପୁଟେଲ, ପତ୍ରବାହକ ରବିନ୍ଦ୍ର ପୁଟେଲ ଓ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ରେ ୧୧ ଜଣ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ସଭାରେ ଜିଲ୍ଲା ଗଠନ, ମାଳୀ ସମାଜର ଇତିହାସ, ଉଦ୍ଦେଶ୍ୟ, ନୀତି ନିୟମ, ପରମ୍ପରା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ଜିଲ୍ଲା ଗଠନ ସଭାରେ କୋଟସମଲାଇ ଅଞ୍ଚଳ, ବୀରମହାରାଜପୁର,ଶଙ୍କରା, ଡୁଙ୍ଗୁରିପାଲି, ବାଞ୍ଜିପାଲି ଅଞ୍ଚଳରୁ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ସୁବର୍ଣ୍ଣପୁର, ବଲାଙ୍ଗୀର,ବରଗଡ,କଳାହାଣ୍ଡି,ନୂଆପଡା, ସମ୍ବଲପୁରରୁ ସମାଜର ଶତାଧିକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।