ରାୟଗଡା: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ । ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ । ଘଟଣା ସ୍ଥଳରୁ ତିନି କେଜି କୁଟୁରା ମାଂସ ଜବତ ସହ ଦୁଇ ଜଣଙ୍କୁ ଧରିବାରେ ସଫଳ ହେଲା ବନ ବିଭାଗ । ଆଉ ଗିରଫ ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ରାୟଗଡା ବନାଞ୍ଚଳ ଅଧିନସ୍ଥ ରାୟଗଡା ସଂରକ୍ଷିତ ଜଙ୍ଗଲରୁ ଏକ କୁଟୁରାକୁ ମାରି ମାଣିକଝୋଲ ଗାଁ ନିକଟରେ ଉକ୍ତ କୁଟୁରା ମାଂସ ଭାଗ ବଣ୍ଟା ଚାଲିଥିଲା । ଏ ନେଇ ରାୟଗଡା ବନାଞ୍ଚଳ ଅଧିକାରୀ ଡେପୁଟି ରେଞ୍ଜେର ସଞ୍ଜୟ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଗୌରୀଶଙ୍କର ସାହୁ, ବନରଖି ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ପାରା ଷ୍ଟାଫ ସ୍କ୍ୱାର୍ଡ ଗାର୍ଡମାନେ ଘଟଣା ସ୍ଥଳରେ ପହଂଚିଥିଲେ । ବନ ବିଭାଗ ଅଧିକାରୀଙ୍କୁ ଦେଖି ଅନ୍ୟମାନେ ଧାଇଁ ପଳେଇ ଥିବା ବେଳେ ପିତାମହଲ’ର ମାଧ ଉଲାକା ଏବଂ ମାଣିକଝୋଲା ଗ୍ରାମର ବିଶ୍ୱମ୍ବର ଉର୍ଲାକା ତିନି କେଜି କୁଟୁରା ମାଂସ ସହ ଧରା ପଡ଼ିଥିଲେ । ଅଭିଯୁକ୍ତମାନେ କୁଟୁରା ମାଂସକୁ କେଜି ପିଛା ଏକ ହଜାରରୁ ବାର ଶହ ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।