ଡାକ୍ତର ହୋଇ ରୋଗୀ ସେବା କରିବି: ଆଶୀର୍ବାଦ

ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ନିବାସୀ ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ର ଆଶୀର୍ବାଦ ତ୍ରିପାଠୀ ୫୭୩ ତଥା ୯୫.୫୦% ମାର୍କ ରଖି ସମଗ୍ର ଜ଼ିଲ୍ଲାର ସେକେଣ୍ଡ ଟପ୍ପର ହୋଇ ସ୍କୁଲ ତଥା ଜ଼ିଲ୍ଲାର ଗୌରବ ବଢାଇଛନ୍ତି । ଶ୍ରୀମାନ ତ୍ରିପାଠୀ କ୍ଲାସ ୩ରୁ ସବୁ ମେଧା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆସିଥିବା ବେଳେ ସାହାରା ହାଇସ୍କୁଲରେ କ୍ଲାସ ସିକ୍ସରୁ ମାଟ୍ରିକ ଏସ-ଏ-୧ ପରୀକ୍ଷା ଯାଏ ଟପ୍ପର ହୋଇ ଆସୁଥିଲେ । ଦିନକୁ ସେ ୧୮ ଘଣ୍ଟା କଠିନ ପରିଶ୍ରମ କରି ଆସି ସ୍କୁଲ ତଥା ଜ଼ିଲ୍ଲାରେ ଟପ୍ପର ହେବାକୁ ପ୍ରବଳ ଇଚ୍ଛା ବା ଲକ୍ଷ୍ୟ ରଖିଥିଲେ ମାତ୍ର ଖୁବ ସ୍ୱଳ୍ପ ମାର୍କ ବ୍ୟବଧାନରେ ଟପ୍ପରରୁ ବଂଚିତ ହେବାରୁ ସେ ମନ ଉଣା କରିଥିଲେ ସୁଦ୍ଧା ତଥାପି ମୁଁ +୨ ରେ ଉତ୍ତମ କ୍ୟାରିଅର ଗଢ଼ିବାକୁ ଆଜିଠୁ ଦୃଢ଼ ସଂକଳ୍ପ ନେବି ବୋଲି ପ୍ରକାଶ କରିଛନ୍ତି । ମୁଁ ଜଣେ ଡାକ୍ତର ହୋଇ ସବୁ ରୋଗୀଙ୍କୁ ଉତ୍ତମ ବ୍ୟବହାର ଓ ଉତ୍ତମ ଚିକିତ୍ସା କରି ଆଗାମୀ ପିଢୀ ପାଇଁ ଏକ ଆଦର୍ଶ ସାଜିବି ବୋଲି ଶ୍ରୀମାନ ତ୍ରିପାଠୀ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଶ୍ରୀମାନ ତ୍ରିପାଠୀ ଏଡଭୋକେଟ ନନ୍ଦ କିଶୋର ତ୍ରିପାଠୀଙ୍କ ପୁତ୍ର ତଥା ବରିଷ୍ଠ ଏଡଭୋକେଟ ହରିନାରାୟଣ ତ୍ରିପାଠୀଙ୍କ ନାତି ଅଟନ୍ତି । ବାପା ମାଆ ଓ ଦାଦା ମାମାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଟିୟୁସନ ସାର ଗୋପବନ୍ଧୁ ସାହୁଙ୍କ ପ୍ରେରଣାରେ ଓ ବିଶେଷ କରି ମୋ ବାପାଙ୍କ ଭଣଜା ସେଣ୍ଟ ଆନି ସ୍କୁଲର ବିଗତ ବର୍ଷର ଟପ୍ପର ତଥା ପ୍ରଥମ ଥରରେ ଆଇଆଇଟି ପାଇଥିବା ସ୍ୱସ୍ତିକ ମିଶ୍ରଙ୍କ ଠାରୁ ମୁଁ ଖୁବ ପ୍ରେରଣା ପାଇ ଉତ୍ସାହିତ ହୋଇଛି ବୋଲି ଶ୍ରୀମାନ ଆଶୀର୍ବାଦ ପ୍ରକାଶ କରିଛନ୍ତି ।

Comments (0)
Add Comment