ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ପୋଲିସକୁ ଦେଖି ମାଫିଆ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରଖିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ପୋଲିସକୁ ଆଉ ଏକ ସଫଳତା ମିଳିଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ନିକଟସ୍ଥ ଜଙ୍ଗଲରୁ ୩୦୪ କେଜି ୭୦୦ଗ୍ରାମ୍‌ ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଚୋରାଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଘଟଣାସ୍ଥଳରେ ଚଢ଼ାଉ କରିଥିଲା ପୋଲିସ୍‌ । ସେପଟେ ପୋଲିସକୁ ଦେଖି ତିନିଜଣଙ୍କ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେସ୍‌ ନଂ-୧୬୮/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

Comments (0)
Add Comment