ପୁରୀ: ନୂତନ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ଆଇ ଏଏସ ପ୍ରଦୀପ କୁମାର ଜେନା । ଏହି ଅବସରରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରି ରାଜ୍ୟ ବାସୀଙ୍କ ପାଇଁ ସେ ସବୁ କାର୍ଯ୍ୟ କିଭଳି ଭଲରେ କରି ପାରିବେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାର ଗତକାଲି ତାଙ୍କ ନାମ ମୁଖ୍ୟ ଶାସନ ସଚିବ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପରେ ସେ ସିଧାସଳଖ ନିଜ ପତ୍ନିଙ୍କ ସହ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ୱାଗତ କରିଥଲେ । ପରେ ସେ ପତ୍ନିକ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ । ତେବେ ମହାପ୍ରଭୁଙ୍କର ଇଚ୍ଛାରେ ସବୁ କିଛି ହୋଇଥାଏ ବୋଲି ଦର୍ଶନ ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ତାଙ୍କରି ଆଶୀର୍ବାଦ ନେଇ ସେ ନିଜର ନୂଆ ଦାୟିତ୍ୱ କାର୍ଯ୍ୟ ଭାର ନେବାକୁ ନେଇ ମହାପ୍ରଭୁଙ୍କ ନିକଟକୁ ଆସିଥିବା କହିଛନ୍ତି । ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ସେ କାମନା କରିଥିବା କହିଛନ୍ତି । ପୁରୀ ସହର ସମେତ ଜଗନ୍ନାଥ ମନ୍ଦିରର ଉନ୍ନତୀ ପାଇଁ ସରକାର ଅନେକ ପ୍ରକଳ୍ପ କରୁଛନ୍ତି । ଖୁବ୍ ଶିଘ୍ର ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ ସରକାର ଲୋକାର୍ପିତ କରିବେ ବୋଲି ସେ କହିଛନ୍ତି । ସେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲା । ଶ୍ରୀମନ୍ଦିର ବିଭିନ୍ନ ସମସ୍ୟା ସେ ଅବଗତ ଅଛନ୍ତି । ତାହାର ସମାଧାନ ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।