ଗଡଜାତ ମହୋତ୍ସବ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ସଭାଗୃହ ଠାରେ ଗଡଜାତ ଲୋକ ମହୋତ୍ସବ ଆନୁକୂଲ୍ୟରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲିଙ୍କ ତିନି ଜଣିଆ ଡାକ୍ତରୀ ଟିମ ଏହି ଶିବିରରେ ଚକ୍ଷୁ ପରୀକ୍ଷା, ଔଷଧ ବଣ୍ଟନ, ଚଷମା ବଣ୍ଟନ କରିଥିଲେ । ସମୁଦାୟ ୪୦ଜଣ ଚକ୍ଷୁ ରୋଗୀଙ୍କ ମଧ୍ୟରୁ ୧୨ଜଣ ରୋଗୀଙ୍କ ଚକ୍ଷୁ ଅପରେସନ ପାଇଁ ସ୍ୱତନ୍ତ୍ର ଗାଡି ଯୋଗେ ପଣ୍ଡାପାଲି ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସା ଶିବିରରେ ଡା. ମାନସ କୁମାର ପାଢ଼ୀ, ଡା. ଅନ୍ତର୍ଯ୍ୟାମୀ ନାଏକ, ଡା. ନିମାଇଁ ଚରଣ ଦଳବେହେରା ଅଂଶ ଗ୍ରହଣ କରିଥିବା ବେଳେ କମିଟିର ସଦସ୍ୟ ନରେନ୍ଦ୍ର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ସୁଜ୍ଞାନ ପ୍ରଧାନ, ଦେବାଶିଷ ମହାକୁଡ଼, ଦେବେନ୍ଦ୍ର ସାହୁ, ଜୟ କିଶୋର ମିଶ୍ର, ହରି ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment