କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ବିଳମିତ ରାତ୍ରିରେ ଉଦଯାପିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦାନନ୍ଦ ହୋତା, ଘାସିରାମ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସ୍ଥାୟୀ ସଦସ୍ୟ ନବୀନ ମହାପାତ୍ର, ସ୍ଥାନୀୟ ସରପଞ୍ଚ ସୌଦାମିନୀ ମଲିକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ପରେ ମଞ୍ଚରେ ୧୯୭୧ ମ୍ୟାଟ୍ରିକ ବ୍ୟାଚ ଠାରୁ ୨୦୨୨ ବ୍ୟାଚ ପର୍ଯ୍ୟନ୍ତ ସମସ୍ତ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ମାନେ ଗୁରୁ ସମ୍ମାନ କରି ଗ୍ରୁପ ଫଟୋ ଉଠାଇ ଆନନ୍ଦ ମନାଇଥିଲେ । ସନ୍ଧ୍ୟା ଅଧିବେଶନରେ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି, ପ୍ରଫେସର ଶ୍ୟାମ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସମ୍ପାଦକ ଉଦ୍ଧବ ମହାଲିକ ସୁବର୍ଣ୍ଣ ଜୟନ୍ତୀ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମଞ୍ଚରେ କୋରାପୁଟର ଡେମସା ନୃତ୍ୟ, ଚିତ୍ରଡା ଛଉ ନୃତ୍ୟ, ବଲାଙ୍ଗୀର ଢାପ, ମୟୂରୀ ସୁନ୍ଦରଗଡ଼ ସମ୍ବଲପୁରୀ ନୃତ୍ୟ ସହ ଅର୍କେଷ୍ଟା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବିମୁଗ୍ଧ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କମିଟି ଉପଦେଷ୍ଟା ଲୋକନାଥ ପାଢ଼ୀ, ନିରାକାର ସାହୁ,ନିରଞ୍ଜନ ବାରିକ, ନୀଳମଣି ପଣ୍ଡା, ଶିଶିର ଖଟୁଆ, ରାମଚନ୍ଦ୍ର ମଲିକ, ଜୟକୃଷ୍ଣ ପାତ୍ର, ସଂକେତ ସାହୁ, ମୁନା ସାହୁ,ଦିଲ୍ଲୀପ ମହାନ୍ତି, ଲକ୍ଷ୍ମଣ ମହାପାତ୍ର, ସମୀର ଖଟୁଆ, ଜଗନ୍ନାଥ ମହାପାତ୍ର, ନାରାୟଣ ମିଶ୍ର, ପ୍ରଶାନ୍ତ ପ୍ରହରାଜ, ବଳଦେବ ପ୍ରହରାଜ, ଶୈଳେନ୍ଦ୍ର ବସ୍ତିଆ, ପ୍ରତାପ ସାହୁ,ଦେବାଶିଷ ମଲିକ, ଅନନ୍ତ ଖମାରୀ, ପୂର୍ଣ୍ଣ ଚରଣ ସାହୁ, ବାବୁଲାଲ ମେହେର, ରଞ୍ଜନ ପଣ୍ଡା, ରକି ପଣ୍ଡା, ରାଜୀବ ସାହୁ, ସୁଧାଂଶୁ ମହାକୁଡ଼, ତରଣୀ ସେନ ଦଳବେହେରା,ଗଣେଶ ମେହେର ଓ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।