ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ପାଳନ ପାଇଁ ସୋମବାର ଦିନ ପାଟଣାଗଡ ସୁଭଦ୍ରା ଭବନ ଠାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଟଣାଗଡ ଉପ ଜିଲ୍ଲାପାଳ ବିଜୟନନ୍ଦ ସେଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହକାରୀ ଉପ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ, ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି, ତହସିଲଦାର ଲକ୍ଷ୍ମଣ ମାଝୀ, ଥାନା ଅଧିକାରୀ ଅନନ୍ତ ପଧାନ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତ, ପାଟଣାଗଡ ବିଡିଓ ସୁକାନ୍ତ କୁମ୍ଭାର, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ବେଲପଡା ବିଡିଓ ଭିକ୍ଟୋ ସୁରେନ, ତହସିଲଦାର ଲକ୍ଷ୍ମଣ ମାଝୀ, ପାଟଣାଗଡ଼ ସିଡିପିଓ ଅନୁପମା ପଣ୍ଡା ପ୍ରମୁଖ ପଉସ୍ଥିତ ଥିଲେ । ପରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ କରିବା ପାଇଁ ମଧ୍ୟ ତାରିଖ ଘଷୋଣା କରାଯାଇଥିଲା । ପ୍ରଥମେ ଆସନ୍ତା ୫ ତାରିଖ ଦିନ ଖପ୍ରାଖୋଲ ବ୍ଲକ, ୬ ତାରିଖ ବେଲପଡା ବ୍ଲକ ଓ ୭ତାରିଖ ଦିନ ପାଟଣାଗଡ ବ୍ଲକରେ ହେବ ।୧୨ତାରିଖ ଦିନ ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ କିପରି ଭଲଭାବରେ ହେବ ତାହାକୁ ନେଇ ବିଭିନ୍ନ କମିଟି ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା । ଗ୍ରାମାଞ୍ଚଳରୁ କିପରି ଭାବରେ ଲୋକ କଳାକାର ଯୋଗଦେବେ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବେଳେ ବହୁଳ ଭାବରେ ପ୍ରଚାର ପ୍ରସାର ପାଇଁ ମତ ପ୍ରକାଶ ପାଇଥିଲା । ଲୋକ ମହୋତ୍ସବକୁ ସୁଚାରୁରୂପେ ପରିଚାଳନା ପାଇଁ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାରମ୍ଭରେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ଏଥିରେ ଉପଖଣ୍ଡରେ ସମସ୍ତ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ କ୍ଷୀରୋଦଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment