ଭୁବନେଶ୍ୱର : ଇଷ୍ଟ କୋଷ୍ଟ ରେଲୱେ ପରାମର୍ଶଦାତା କମିଟିରେ ଯୋଗଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟାକୁ ନେଇ ତଥା ବିଭିନ୍ନ ଅଞ୍ଚଳର ସମସ୍ୟାକୁ ନେଇ ପ୍ରସ୍ଥାବ ଦେଲି ବୋଲି ସମ୍ବଲପୁର ଡିଭିଜନର ପ୍ରତିନିଧି ରୂପେ ଗୋବିନ୍ଦ ଅଗ୍ରୱାଲ ଜଣାଇଛନ୍ତି ।ତାଙ୍କ ପକ୍ଷରୁ ରଖାଯାଇଥିବା ଦାବି ମଧ୍ୟରେ ସମ୍ବଲପୁରରୁ ଗହ୍ୱାଟୀ ଏବଂ ପୁନେ ପର୍ଯ୍ୟନ୍ତ ସିଧା ଟ୍ରେନ୍, କରୋନା କାରଣରୁ ବନ୍ଦ ରଖାଯାଇଥିବା ସମସ୍ତ ଟ୍ରେନକୁ ପୁନଃ ଆରମ୍ଭ ସହିତ ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଏବଂ ପୁରୀ-ସମ୍ବଲପୁର ଇଣ୍ଟରସିଟି ସମ୍ବଲପୁର ସିଟି ଷ୍ଟେସନରେ ଷ୍ଟପେଜ୍ ସମୟ ଅନ୍ତର୍ଭୁକ୍ତ କରନ୍ତୁ, ରେଢ଼ାଖୋଲ ଦେଇ ଯାଉଥିବା ସମସ୍ତ ଟ୍ରେନକୁ ଷ୍ଟପେଜ୍ କରାଯାଉ ଅନ୍ତର୍ଭୁକ୍ତ । ଏତଦବ୍ୟତୀତ ବ୍ୟବହୃତ ଟ୍ରେନ୍ କୋଚ୍ ସଫା କରିବା, ଅମୃତ ଭାରତ ଷ୍ଟେସନ ଯୋଜନାରେ ରେଢ଼ାଖୋଲ ଷ୍ଟେସନ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଭାରତ ସରକାର ପୂରଣ କରିଥିବାରୁ ସେ ଧନ୍ୟବାଦ ଜଣାଇଥିବା କହିଥିଲେ । ଝାରସୁଗୁଡା ଷ୍ଟେସନ ଦେଇ ଯାଉଥିବା ସମସ୍ତ ଟ୍ରେନରେ ସମ୍ବଲପୁର ପାଇଁ ଏମାରଜେନ୍ସି କୋଟା ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆ ଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।